17.1 C
Bhubaneswar
Tuesday, February 10, 2026
Homeଓଡିଶାକାର ଦୁର୍ଘଟଣା: ଡ୍ରାଇଭର ଗୁରୁତର

କାର ଦୁର୍ଘଟଣା: ଡ୍ରାଇଭର ଗୁରୁତର

ବଲାଙ୍ଗିର: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍। ଦୁର୍ଘଟଣାରେ କାର୍‌ ମାଲିକ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ବେଳପଡା ଥାନା ଅନ୍ତର୍ଗତ ଉଡିଙ୍ଗ ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗୁରୁତର ଯୁବକ ଜଣକ ହେଉଛନ୍ତି କଣ୍ଟାବାଞ୍ଜିର ବ୍ୟବସାୟୀ ଆଦିତ୍ୟ ଅଗ୍ରୱାଲ। ଗତ ବିଳମ୍ବିତ ରାତିରେ ଆଦିତ୍ୟ କଣ୍ଟାବାଞ୍ଜିରୁ ବେଳପଡ଼ା ଅଭିମୁଖେ ଯାଉଥିଲେ। ଉଡିଙ୍ଗ ଛକ ଠାରେ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ରାତିସାରା ଆଦିତ୍ୟ ଗୁରୁତର ଅବସ୍ଥାରେ କାର୍‌ ଭିତରେ ପଡ଼ି ରହିଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ  ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ  କଟର ସାହାଯ୍ୟରେ କାଟି ଆଦିତ୍ୟଙ୍କୁ ଉଦ୍ଧାର କରିଥିଲେ। ଆଦିତ୍ୟଙ୍କ ମୁଣ୍ଡରେ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଣ୍ଟାବାଞ୍ଜି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ କାର୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking