23.1 C
Bhubaneswar
Thursday, March 5, 2026
Homeଓଡିଶାସୋଆରେ କ୍ୟାପାସିଟି  ବିଲ୍ଡିଂ ପ୍ରୋଗ୍ରାମ ଆୟୋଜିତ

ସୋଆରେ କ୍ୟାପାସିଟି  ବିଲ୍ଡିଂ ପ୍ରୋଗ୍ରାମ ଆୟୋଜିତ

ଭୁବନେଶ୍ୱର, : ବୈଦେଶିକ ବାଣିଜ୍ୟ, ଲଜିଷ୍ଟିକ୍ସ ଏବଂ ରପ୍ତାନୀକୁ ନେଇ ଏକ କ୍ୟାପାସିଟି ବିଲ୍ଡିଂ କାର୍ଯ୍ୟକ୍ରମ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ହୋଇଯାଇଥିବା ବେଳେ ବିଶେଷଜ୍ଞମାନେ ରପ୍ତାନୀ କ୍ଷେତ୍ରରେ ଉପଲବ୍ଧ ବିଭିନ୍ନ ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମ ଅଲ୍ ଓଡ଼ିଶା ଏସ୍‌ସି –ଏସ୍‌ଟି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡିଷ୍ଟ୍ରିଜ୍ (ଓଏସ୍‌ସିଆଇ) ଦ୍ୱାରା ପ୍ରାୟୋଜିତ ତଥା ଏଗ୍ରିକଲ୍‌ଚରାଲ୍ ଆଣ୍ଡ ପ୍ରୋସେସ୍‌ଡ ଫୁଡ୍ ପ୍ରଡକ୍ଟସ୍ ଏକ୍ସପୋର୍ଟ ଡେଭଲପମେଂଟ ଅଥରିଟି (ଏପିଇଡିଏ),ସ୍ମଲ୍ ଇଣ୍ଡଷ୍ଟ୍ରିଜ୍ ଡେଭଲପମେଂଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍‌ଆଇଡିବିଆଇ) ଏବଂ ସୋଆର ସହଯୋଗରେ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ଏସ୍‌ଆଇଡିବିଆଇର ଡେପୁଟି ଜେନେରାଲ୍ ମ୍ୟାନେଜର ଶ୍ରୀ ପ୍ରଦ୍ୟୁମ୍ନ କୁମାର ଚୌଧୁରୀ ଯୋଗ ଦେଇ ବ୍ୟାଙ୍କଗୁଡ଼ିକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ମାଇକ୍ରୋ ସ୍ମଲ୍ ଏବଂ ମିଡିୟମ୍ ଏନ୍‌ଟରପ୍ରାଇଜେସ୍ (ଏମ୍‌ଏସ୍‌ଏମ୍‌ଇ) ଗୁଡ଼ିକୁ ସହଯୋଗ କରୁଥିବା ବେଳେ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅନ୍ତର୍ଗତ ବୈଦେଶିକ ବାଣିଜ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଅମିତ କୁମାର ରପ୍ତାନୀ ଏବଂ ଆମଦାନୀ କ୍ଷେତ୍ରରେ ବିକାଶ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଏଥିରେ ପ୍ରଯୁକ୍ତି ବିଜ୍ଞାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ସେହିପରି ଏପିଇଡିଏର ଆଂଚଳିକ ମୁଖ୍ୟ ଶ୍ରୀ ଏସ୍‌.କେ ମଣ୍ଡଳ ଖାଦ୍ୟ ଏବଂ କୃଷିଜାତ ଦ୍ରବ୍ୟର ରପ୍ତାନୀ ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ।
ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସହ ଷ୍ଟାର୍ଟଅପ୍ ଏବଂ ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକୁ ସହଯୋଗର ହାତ ବଢ଼ାଇବାର ଆବଶ୍ୟକତା ରହିଛି ବୋଲି କହିଥିଲେ।
ଓଏସ୍‌ଏମଇଇର ସେକ୍ରେଟାରୀ ଜେନେରାଲ୍ ଶ୍ରୀ ସ୍ୱସ୍ତିକ ସ୍ୱାଇଁ କହିଥିଲେ ଯେ ଖାଦ୍ୟ ପଦାର୍ଥ, ମତ୍ସ୍ୟ, କୃଷିଜାତ ଉତ୍ପାଦ ଏବଂ ମାଣ୍ଡିଆର ରପ୍ତାନୀ କ୍ଷେତ୍ରରେ ଓଡ଼ିଶାରେ ଅନେକ ସୁଯୋଗ ରହିଛି।
କାର୍ଯ୍ୟକ୍ରମରେ ଓଏସ୍‌ସିଆଇର ସଭାପତି ଶ୍ରୀ ସାଧୁ ଛତ୍ରିଆ, ନାବାର୍ଡର ଆସିଷ୍ଟାଂଟ ଜେନେରାଲ ମ୍ୟାନେଜର ଶ୍ରୀ ବିଜୟ କୁମାର ଜାମୁଡା, ୱାର୍ଲ୍ଡ ଟ୍ରେଡ ସେଂଟର ଆସିଷ୍ଟାଂଟ ଡାଇରେକ୍ଟର ଶ୍ରୀମତି ନିମିଷିକା ନଟରାଜନ୍‌, ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏବଂ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking