30.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଏତେ ଶସ୍ତାରେ ଗାଈ ଘିଅ ମିଳିପାରିବ ନାହିଁ : ଟିଟିଡି ଅଧିକାରୀ

ଏତେ ଶସ୍ତାରେ ଗାଈ ଘିଅ ମିଳିପାରିବ ନାହିଁ : ଟିଟିଡି ଅଧିକାରୀ

ତିରୁପତି : ତିରୁପତିସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ପ୍ରସାଦ ରୂପେ ଅର୍ପଣ କରାଯାଉଥିବା ଲଡୁରେ ପଶୁ ଚର୍ବି ବ୍ୟବହାରକୁ ନେଇ ବିବାଦ ଲାଗି ରହିଥିବା ବେଳେ ମନ୍ଦିର ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ(ଟିଟିଡି)ର ବୟାନ ଆସିଛି । ଏଥିରେ ପଶୁ ଚର୍ବି ବ୍ୟବହାରକୁ ପରୋକ୍ଷରେ ସ୍ବୀକାର କରାଯାଇଛି । ଟିଟିଡି ଶୁକ୍ରବାର କହିଛି ଯେ ଘିଅ ଯୋଗାଣକାରୀମାନେ ଆଭ୍ୟନ୍ତରୀଣ ଗୁଣବତ୍ତା ପରୀକ୍ଷା ସୁବିଧାର ଅଭାବର ଫାଇଦା ଉଠାଇଛନ୍ତି ଏବଂ ବାହ୍ୟ ପରୀକ୍ଷଣ ସୁବିଧା ମଧ୍ୟ ବ୍ୟବହାର କରିନାହାଁନ୍ତି। ମନ୍ଦିରର ଘିଅ ଟେଣ୍ଡର ପାଇଁ ବ୍ୟବସାୟୀମାନେ ଯେଉଁ ଦର ଦେଉଥିଲେ ତାହା ବ୍ୟବହାରିକ ନୁହେଁ। ସେମାନଙ୍କ ଦର ଏତେ କମ୍ ଥିଲା ଯେ ଏହି ମୂଲ୍ୟରେ ଶୁଦ୍ଧ ଗାଈ ଘିଅ ମିଳିପାରିବ ନାହିଁ ବୋଲି ଯେକେହି କହିପାରିବ।

ଟିଟିଡିର କାର୍ଯ୍ୟନିର୍ବାହୀ ଅଧିକାରୀ ଜେ. ଶ୍ୟାମଲା ରାଓ ପ୍ରକାଶ କରିଛନ୍ତି ଯେ ଚୟନ କରାଯାଇଥିବା ନମୁନାର ଯାଞ୍ଚରୁ ସେଥିରେ ପଶୁ ଚର୍ବି ଥିବା ଜଣାପଡିଛି। ସେ ମଧ୍ୟ ଘିଅର ଗୁଣବତ୍ତାରେ ଉଲ୍ଲେଖନୀୟ ହ୍ରାସ ଘଟିଥିବା ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ କ୍ଷମତାକୁ ଆସିବା ପରେ ଚାହୁଁଥିଲେ ଯେ ଟିଟିଡି ଶୁଦ୍ଧ ଘିଅ କିଣିବା ସହ ଏହି ମନ୍ଦିରର ପବିତ୍ରତା ବଜାୟ ରଖିବା ପାଇଁ ପଦକ୍ଷେପ ନେଉ। ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଅନୁଯାୟୀ ଆମେ ଏହା ଉପରେ କାମ ଆରମ୍ଭ କରିଥିଲୁ। ତେବେ ଘିଅରେ ଅପମିଶ୍ରଣ ପରୀକ୍ଷା ପାଇଁ ମନ୍ଦିର ନିକଟରେ କୌଣସି ପରୀକ୍ଷାଗାର ନଥିବା ଦେଖିବାକୁ ମିଳିଥିଲା। ଏପରିକି ବାହ୍ୟ ପରୀକ୍ଷାଗାରରେ ମଧ୍ୟ ଘିଅର ଗୁଣବତ୍ତା ଯାଞ୍ଚ ପାଇଁ ବ୍ୟବସ୍ଥା ନାହିଁ।

ଏତେ ଶସ୍ତାରେ ଗାଈ ଘିଅ ମିଳିପାରିବ ନାହିଁ
ରାଓ କହିଛନ୍ତି, ‘ମନ୍ଦିରର ଘିଅ ଟେଣ୍ଡର ପାଇଁ ବ୍ୟବସାୟୀମାନେ ଯେଉଁ ଦର ଦେଉଥିଲେ ତାହା ବ୍ୟବହାରିକ ନୁହେଁ। ସେମାନଙ୍କ ଦର ଏତେ କମ୍ ଥିଲା ଯେ ଏହି ମୂଲ୍ୟରେ ଶୁଦ୍ଧ ଗାଈ ଘିଅ ମିଳିପାରିବ ନାହିଁ ବୋଲି ଯେକେହି କହିପାରିବ। ଏହାପରେ ଆମେ ସମସ୍ତ ଘିଅ ଯୋଗାଣକାରୀଙ୍କୁ ଚେତାବନୀ ଦେଇଥିଲୁ ଯେ ଯଦି ସେମାନଙ୍କ ଘିଅ ଲ୍ୟାବ୍ ଟେଷ୍ଟରେ ପାସ୍ ନ କରେ, ତେବେ ସେମାନଙ୍କୁ କଳା ତାଲିକାଭୁକ୍ତ କରାଯିବ। ଆମେ ଏହି ସରକାରୀ ପରୀକ୍ଷାଗାରକୁ ପରୀକ୍ଷା ପାଇଁ ସମସ୍ତ ଘିଅର ନମୁନା ପଠାଇଥିଲୁ। ଏହି ଲ୍ୟାବରୁ ଯେଉଁ ରିପୋର୍ଟ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking