ଭୁବନେଶ୍ୱର: ୨ ଆଇପିଏସ୍ ଅଫିସର ଡେପୁଟେସନରେ ଯିବା ପ୍ରସଙ୍ଗରେ ତାରା ବାହିନୀପତିଙ୍କୁ ମନମୋହନ ସାମଲଙ୍କ କାଉଣ୍ଟର । କହିଛନ୍ତି ଅଫିସର ରହିବେ ଶାସନ ଚାଲିବ । ମଦ୍ୟପାନ କରି ନିଶା ନିବାରଣ କରିବେ । ଆଗରୁ ଓଡିଶାରେ ଗଣତାନ୍ତ୍ରିକ ସିଷ୍ଟମ ନଥିଲା । କିନ୍ତୁ ଏବେ ଗଣତାନ୍ତ୍ରିକ ବ୍ୟବସ୍ଥା ଅଛି । ତୁମେ ସ୍ୱଚ୍ଛ ନୁହଁ, ସ୍ୱଚ୍ଛତା କଥା ପଚାରିପାରିବ ନାହିଁ ।
ଡେପୁଟେସନକୁ ନେଇ ବର୍ଷିଥିଲେ ତାରା ବାହିନୀପତି । କହିଥିଲେ ସରକାରରେ ମିତ୍ରଭାନୁ ମହାପାତ୍ର ଦୁର୍ନୀତି କରିଛନ୍ତି । ତାଙ୍କ ଦୁର୍ନୀତର ସରକାରଙ୍କ ପାଖରେ କୌଣସି ପ୍ରମାଣ ନାହିଁ । ସେଥିପାଇଁ ଡେପୁଟେସନରେ ପଠାଇଦେଲେ । ପାଞ୍ଚ ବର୍ଷରେ ପୁଣି ଆସିବେ ରାଜ କରିବେ ।