30.1 C
Bhubaneswar
Saturday, February 14, 2026
Homeଓଡିଶାଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ବ୍ୟୁରୋ : ପଣସପୁଟ ଜଙ୍ଗଲ ଭିତରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପାଡୁଆ ପୋଲିସ। ଏହାପରେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରି ପାଡୁଆ ନିକଟ ପଣସପୁଟ ଜଙ୍ଗଲରେ ଚଢାଉ କରିଥିଲେ। ଜଙ୍ଗଲ ଭିତରେ ଚୋରା ଚାଲାଣ ପାଇଁ ରଖାଯାଇଥିବା ୧୭ଟି ଜରି ବସ୍ତାରେ ଗଞ୍ଜେଇ ଥିବା ଜବତ କରିଥିଲା ପାଡୁଆ ପୋଲିସ। ଏହାପରେ ଜବତ ଗଞ୍ଜେଇକୁ ଓଜନ କରିବାରୁ ୨୦୪ କେଜି ଗଞ୍ଜେଇ ଥିବା ଜଣାପଡ଼ିଛି । ଯାହାର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ପୋଲିସ ସୂଚନା ଦେଇଛି। ତେବେ ଏହି ଗଞ୍ଜେଇ ଚୋରା ଚାଲାଣ କରୁଥିବା କୌଣସି ଅଭିଯୁକ୍ତ ପୋଲିସ ହାତରେ ଧରା ପଡ଼ିନାହାନ୍ତି। ତେଣୁ କେଉଁଠାକୁ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିଲା ତାହାର ତଦନ୍ତ କରୁଛି ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking