24.1 C
Bhubaneswar
Monday, March 17, 2025
Homeଦେଶ ବିଦେଶଶପଥ ନେଲେ କାନାଡାର ନୂଆ ପ୍ରଧାନମନ୍ତ୍ରୀ

ଶପଥ ନେଲେ କାନାଡାର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଶପଥ ନେଲେ କାନାଡାର ନୂଆ ପ୍ରଧାନମନ୍ତ୍ରୀ । ଲିବରାଲ ପାର୍ଟି ନେତା ମାର୍କ କାର୍ନି କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା ସହ ଶୁଳ୍କ ଯୁଦ୍ଧ ଚାଲିଥିବା ବେଳେ ମାର୍କ କାର୍ନି ନିଜ ବୟାନ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଚଳିତ ବର୍ଷ ଜାନୁଆରୀରେ ଇସ୍ତଫା ଦେଇଥିବା ଜଷ୍ଟିନ ଟ୍ରୁଡୋଙ୍କ ସ୍ଥାନରେ କାର୍ନି ଦାୟିତ୍ୱ ଗ୍ରହଣ କରିଛନ୍ତି । ବ୍ୟାଙ୍କ ଅଫ୍ କାନାଡା ଏବଂ ବ୍ୟାଙ୍କ ଅଫ୍ ଇଂଲଣ୍ଡର ପୂର୍ବତନ ମୁଖ୍ୟ କାର୍ନି ଏବେ ଆମେରିକା ଓ ଭାରତ ସହ ସମ୍ପର୍କରେ ସୁଧାର ଆଣିବା ଏବଂ ଅର୍ଥନୈତିକ ସ୍ଥିରତା ସୁନିଶ୍ଚିତ କରିବା ଭଳି ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡାର ଇସ୍ପାତ ଏବଂ ଆଲୁମିନିୟମ ଉପରେ ୨୫% ଶୁଳ୍କ ଲଗାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking