21.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶକାନାଡା ସ୍କୁଲରେ ଗୁଳିକାଣ୍ଡ; ୧୦ ମୃତଙ୍କ ମଧ୍ୟରେ ସନ୍ଦିଗ୍ଧ ଯୁବତୀ ସାମିଲ

କାନାଡା ସ୍କୁଲରେ ଗୁଳିକାଣ୍ଡ; ୧୦ ମୃତଙ୍କ ମଧ୍ୟରେ ସନ୍ଦିଗ୍ଧ ଯୁବତୀ ସାମିଲ

ଓଟାୱା: କାନାଡାର ବ୍ରିଟିଶ କଲମ୍ବିଆ ସ୍ଥିତ ଟମ୍ବଲର୍ ରିଜ୍ ମାଧ୍ୟମିକ ବିଦ୍ୟାଳୟ ନାମକ ଏକ ସ୍କୁଲ୍ ପରିସରରେ ବୁଧବାର ଏକ ଦୁର୍ଭାଗ୍ୟଜନକ ଗୁଳିକାଣ୍ଡ ଘଟି ପ୍ରାୟ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ଏବଂ ୨୫ ଆହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଗୁଳିକାଣ୍ଡ ଘଟାଇଥିବା ଅଭିଯୁକ୍ତା ଯୁବତୀ ମଧ୍ୟ ସମ୍ପୃକ୍ତ ବୋଲି ସୂଚନା ମିଳିଛି। ରୟାଲ କାନାଡିଆନ ମାଉଣ୍ଟେଡ୍ ପୁଲିସ୍ କହିଛି ଯେ, ସ୍କୁଲ ପରିସରରେ ହିଁ ଜଣେ ବ୍ରାଉନ୍ ରଙ୍ଗର କେଶ ସହିତ ପୋଷାକ ପିନ୍ଧିଥିବା ଜଣେ ସନ୍ଦିଗ୍ଧ ମହିଳାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କ ପାଖରୁ ମିଳିଥିବା ବନ୍ଧୁକରୁ ସେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ସେହିପରି ସ୍କୁଲ ପରିସରର ୭ଜଣଙ୍କ ମୃତଦେହ ମିଳିଥିବା ବେଳେ ବାକି ୨ଜଣଙ୍କ ମୃତଦେହ ହସ୍ପିଟାଲକୁ ଯିବା ବାଟରେ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷେ ଗୁରୁତର ଅବସ୍ଥାରେ ଥିବା ଦୁଇ ଜଣଙ୍କୁ ଏୟାରଲିଫ୍ଟ କରି ହସ୍ପିଟାଲକୁ ନିଆଯାଇଛି। କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣି ସୋସିଆଲ ମିଡିଆ ଜରିଆରେ ଏହି ଘଟଣାକୁ ନେଇ ସେ ବେଶ୍ ମର୍ମାହତ ହୋଇପଡିଥିବା ଉଲ୍ଲେଖ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ମୋଦୀ ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି, ଏପ୍ରକାର ଏକ ଦୁର୍ଭାଗ୍ୟଜନକ ଘଟଣାରେ ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପରିବାର ପ୍ରତି ସେ ହୃଦୟସ୍ପର୍ଶୀ ସମବେଦନା ଜଣାଉଛନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି। ଏହି ଗଭୀର ଦୁଃଖର ମୁହୂର୍ତ୍ତରେ ଭାରତ କାନାଡାବାସୀଙ୍କ ସହ ଏକତାରେ ଛିଡା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking