27.1 C
Bhubaneswar
Monday, March 23, 2026
Homeଦେଶ ବିଦେଶଇସ୍ତଫା ଦେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ

ଇସ୍ତଫା ଦେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ

ଓଟାୱା : ଯାହା ଆଶା କରାଯାଉଥିଲା ତାହା ହେଲା। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆଭ୍ୟନ୍ତରୀଣ ଅସନ୍ତୋଷ ଏବଂ ଲିବରାଲ ପାର୍ଟିରେ ଲୋକପ୍ରିୟତା ହରାଇବା କାରଣରୁ ଜଷ୍ଟିନ ଟ୍ରୁଡୋ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି । ୨୦୧୫ରୁ ଜଷ୍ଟିନ ଟ୍ରୁଡୋ କାନାଡାର ପ୍ରଧାନମନ୍ତ୍ରୀ ଥିଲେ । ନୂଆ ନେତା ନିର୍ବାଚିତ ନହେବା ପର୍ଯ୍ୟନ୍ତ ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରେ ଜାରି ରହିବେ କି ନା ତାହା ସ୍ପଷ୍ଟ ହୋଇନାହିଁ। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଲିବରାଲ ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ନେତୃତ୍ୱ ପ୍ରସଙ୍ଗରେ ନିଷ୍ପତ୍ତି ନେବ । ଚଳିତ ସପ୍ତାହରେ ଏହି ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଲିବରାଲ ପାର୍ଟିସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପରବର୍ତ୍ତୀ ନେତା ଚୟନ ପାଇଁ ଅତି କମରେ ୩ ମାସ ସମୟ ଲାଗିବ। ଗତ କିଛି ବର୍ଷ ହେଲା କାନାଡାରେ ଟ୍ରୁଡୋଙ୍କ ଲୋକପ୍ରିୟତା କମିଚାଲିଥିଲା । ନିଜର ବିଭିନ୍ନ ପଦକ୍ଷେପ ନେଇ ସେ ନିଜ ଦେଶରେ ଓ ବାହାରେ ବିବାଦୀୟ ଥିଲେ । ଫଳରେ ଲିବରାଲ ପାର୍ଟି ପାଇଁ ସେ ଏକ ବୋଝ ସଦୃଶ ହୋଇଯାଇଥିଲେ ।

ଟ୍ରୁଡୋଙ୍କୁ ତାଙ୍କ ଦଳ ଲିବେରାଲ ପାର୍ଟି ଭିତରୁ ବିରୋଧରୁ ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦୀର୍ଘ ୯ ବର୍ଷ ହେଲାଣି ସେ କାନାଡାର ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। ହେଲେ ଖଲିସ୍ତାନ ନେତାଙ୍କ ପ୍ରତି ତାଙ୍କର ଅହେତୁକ ଭଲ ପାଇବା ତାଙ୍କୁ ବିବାଦ ଘେରକୁ ନେଇଥିଲା। ଭାରତ ପକ୍ଷରୁ ଏହାକୁ ବିରୋଧ କରାଯିବାରୁ ଉଭୟ ଦେଶ ମଧ୍ୟରେ କୂଟନୀତିକ ବିବାଦ ଆରମ୍ଭ ହୋଇଥିଲା। ସେହିପରି ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଟ୍ରୁଡୋଙ୍କୁ ଆହୁରି ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ନେତୃତ୍ୱ ପରିବର୍ତ୍ତନ ପାଇଁ ଦଳ ଭିତରୁ ସ୍ୱର ତୀବ୍ର ହୋଇଥିଲା। ଦିନକୁ ଦିନ ତାଙ୍କ ବିରୋଧରେ ବିଦ୍ରୋହ ବଢ଼ୁଥିବାରୁ ଆଜି ସେ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି, “ମୁଁ ଦଳର ନେତା ଓ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ଦଳ ନୂଆ ନେତାଙ୍କୁ ବାଛିବା ପରେ ମୁଁ ଇସ୍ତଫା ଦେବି।” ଆଜି ଇସ୍ତଫା ଘୋଷଣା କରିଥିବା ୫୩ ବର୍ଷୀୟ ଟ୍ରୁଡୋ ନୂଆ ନେତା ଚୟନ ହେବା ଯାଏ କାମଚଳା ପ୍ରଧାନମନ୍ତ୍ରୀ ଭାବେ କାନାଡାକୁ ଶାସନ କରିବେ। ଏହାପରେ ସେ ପ୍ରଧାନମନ୍ତ୍ରୀ ପଦରୁ ବିଦାୟ ନେବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking