27.1 C
Bhubaneswar
Friday, September 27, 2024
Homeଦେଶ ବିଦେଶଭାରତ ବିରୋଧରେ ନୂଆ ଷଡଯନ୍ତ୍ର ରଚୁଛି କାନାଡା

ଭାରତ ବିରୋଧରେ ନୂଆ ଷଡଯନ୍ତ୍ର ରଚୁଛି କାନାଡା

ଓଟୱା: ୩୯ ବର୍ଷ ପୂର୍ବେ କାନାଡାରେ ଏୟାର ଇଣ୍ଡିଆ ଫ୍ଲାଇଟ୍‌-୧୮୨ରେ ହୋଇଥିବା ଧମାକାକୁ ନେଇ ତୃତୀୟଥର ଯାଞ୍ଚ୍ ଦାବି କରାଯାଉଛି । କନିଷ୍କା ବୋମା ବିସ୍ଫୋରଣ ଯାଞ୍ଚ୍ ଦାବି ଭାରତୀୟ ମୂଳର ସାଂସଦ ଚନ୍ଦ୍ରା ଆର୍ଯ୍ୟା ବିରୋଧ କରିଛନ୍ତି । କୁହାଯାଉଛି କି, ଏହା ଭାରତ ବିରୋଧରେ ଏକ ଷଡଯନ୍ତ୍ର । ତୃତୀୟ ଯାଞ୍ଚ୍‌ର ଉଦ୍ଦେଶ୍ୟ ହେଉଛି ଖଲିସ୍ତାନ ଆତଙ୍କବାଦୀଙ୍କୁ ଅଭିଯୋଗରୁ ଆଶ୍ୱସ୍ତି ଦେବା । ଖଲିସ୍ତାନୀ ଆତଙ୍କବାଦୀ ଜୁନ୍ ୨୩, ୧୯୮୫ରେ ଏୟାର ଇଣ୍ଡିଆର ବିମାନ ଉପରେ ବୋମା ବିସ୍ଫୋରଣ କରାଯାଇଥିଲା ।

ଏହି ଘଟଣାରେ ୩୨୯ ଲୋକଙ୍କ ମୃତ୍ୟୁ ହୋଇଥିଲା । କାନାଡାରେ କନିଷ୍କା ବୋମା ବିସ୍ଫୋରଣରୁ ପୁଣିଥରେ ଯାଞ୍ଚ୍ ଦାବିକୁ ନେଇ ପ୍ରଦାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦଳର ହିନ୍ଦୁ ସାଂସଦ କଡ଼ା ବିରୋଧ କରିଛନ୍ତି । ସେ କହିଛନ୍ତି, ଏହି ମାମଲାରେ ପୂର୍ବରୁ ୨ଟି ଯାଞ୍ଚ୍ ହୋଇସାରିଛି । ଏହି ୨ଟି ଯାଞ୍ଚ୍‌ରେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ବୋମା ବିସ୍ଫୋରଣ ପାଇଁ ଦାୟୀ କରାଯାଇଛି ।

ଏବେ ଷଡଯନ୍ତ୍ର ଥିଓରୀକୁ ପ୍ରୋତ୍ସାହିତ କରୁଥିବା ସଂସଦ ପୋର୍ଟାଲରେ ତୃତୀୟ ଅନୁସନ୍ଧାନ ପାଇଁ ଦାବି ରହିଛି । କାନାଡାର ଲିବରାଲ ପାର୍ଟିର ସାଂସଦ ସୁଖ ଧଲିୱାଲ କନିଷ୍କା ବିସ୍ଫୋରଣ ଘଟଣାର ନୂତନ ତଦନ୍ତ ଦାବି କରିଛନ୍ତି । ଏହି ଅନୁସନ୍ଧାନ ପୂର୍ବରୁ ଅନ୍ୟ ସବୁ ଅନୁସନ୍ଧାନରେ, ଖଲିସ୍ତାନୀ ଆତଙ୍କବାଦୀମାନେ ବୋମା ବିସ୍ଫୋରଣ ପାଇଁ ଦାୟୀ ବୋଲି ଜଣାପଡିଛି । ପ୍ରଥମ ଅନୁସନ୍ଧାନରେ ଏହା ମଧ୍ୟ ଜଣାପଡ଼ିଥିଲା ଯେ, ଯେ ବୋମା ବିସ୍ଫୋରଣରେ ଖାଲିସ୍ତାନୀ ଆତଙ୍କବାଦୀମାନେ ସମ୍ପୃକ୍ତ ଥିଲେ । ତୃତୀୟ ତଦନ୍ତ ଦାବିରେ ପୀଡିତାଙ୍କ ପରିବାର ସଦସ୍ୟ ମଧ୍ୟ ବିରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking