26.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଚୀନ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ଆହ୍ୱାନ ଦେଲେ

ଚୀନ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ଆହ୍ୱାନ ଦେଲେ

ଚୀନ : ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ । ଟ୍ରେନିଂ ଓ ଯୁଦ୍ଧ ପ୍ରସ୍ତୁତିକୁ ଜୋରଦାର କର । ଚୀନ ସେନାକୁ ଆହ୍ବାନ କଲେ ରାଷ୍ଟ୍ରପତି ସି ଜିନପିଙ୍ଗ । ତାଇୱାନକୁ ଚାରିପଟୁ ଘେରି ବଡ଼ ସାମରିକ ଡ୍ରିଲ୍ କରୁଛି ଚୀନ । ଏହି ସମୟରେ ପିପୁଲସ ଲିବରେସନ ଆର୍ମୀ ରକେଟ ଫୋର୍ସର ବ୍ରିଗେଡକୁ ଯାଇ, ଯୁଦ୍ଧ ପ୍ରସ୍ତୁତିର ଡାକରା ଦେଇଛନ୍ତି ଚୀନ ରାଷ୍ଟ୍ରପତି । ଯୁଦ୍ଧ ପ୍ରସ୍ତୁତି ଡାକରା ସହ ଯୁଦ୍ଧ ଲଢିବା ଦକ୍ଷତାକୁ ସୁଦୃଢ଼ କରିବାକୁ କହିଛନ୍ତି ସି ଜିନପିଙ୍ଗ । ଗତ ୧୪ ତାରିଖ ଦିନ ଚୀନର ଇଷ୍ଟର୍ନ ଥିଏଟର କମାଣ୍ଡର ତରଫରୁ ଜଏଣ୍ଟ ସୋର୍ଡ ୨୦୨୪-ବି ସମରାଭ୍ୟାସ କରାଯାଇଥିଲା । ତାଇୱାନକୁ ଚାରିପଟୁ ଘେରି ଏପରି ସମରାଭ୍ୟାସ କରାଯାଇଥିଲା ।

ଜଳପଥ, ଆକାଶ ମାର୍ଗ ଓ ସ୍ଥଳ ପଥରେ କିପରି, ଦ୍ବୀପକୁ ଦଖଲ କରିହେବ ତାର ଅଭ୍ୟାସ କରିଥିଲା ଚୀନ ସେନା । ଯେଉଁଥିରେ ଚୀନର ସ୍ଥଳ ସେନା, ନୌସେନା, ବାୟୁସେନା, ରକେଟ ଫୋର୍ସ, ସବମେରିନ୍, କୋଷ୍ଟଗାର୍ଡ ତାଇୱାନକୁ ସବୁ ଦିଗରୁ ଘେରି ସମରଭ୍ୟାସ କରିଥିଲେ । ତାଇୱାନ ସ୍ବାଧୀନତାକୁ ସମର୍ଥନ କରୁଥିବା ବିଚ୍ଛିନ୍ନତାବାଦୀଙ୍କୁ ଚେତବାନୀ ଦେଇଥିଲା ବେଜିଂ। ଏବେ ପିପୁଲସ ଲିବରେସନ ଆର୍ମୀ ରକେଟ ଫୋର୍ସର ବ୍ରିଗେଡକୁ ଯାଇଥିବା ଯୁଦ୍ଧ ପ୍ରସ୍ତୁତିର ଆହ୍ବାନ ଦେଇଛନ୍ତି ଚୀନ ରାଷ୍ଟ୍ରପତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking