26.1 C
Bhubaneswar
Thursday, March 26, 2026
Homeଓଡିଶାଓଡିଶାକୁ ଦେଶର ସ୍ଵଚ୍ଛତମ ରାଜ୍ୟ କରିବାକୁ ଆହ୍ଵାନ

ଓଡିଶାକୁ ଦେଶର ସ୍ଵଚ୍ଛତମ ରାଜ୍ୟ କରିବାକୁ ଆହ୍ଵାନ

ଭୁବନେଶ୍ବର: ଓଡ଼ିଶାକୁ ଦେଶର ସବୁଠାରୁ ପରିଷ୍କାର ରାଜ୍ୟ କରିବା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାର ସମୟ ଆସିଛି । ଏହି ମାଇଲଖୁଣ୍ଟ ହାସଲ କରିବାକୁ ସମସ୍ତ ପୌରପାଳିକା ଗୁଡିକୁ ଯଥା ସମ୍ଭବ ଉଦ୍ୟମ କରିବାକୁ ପଡିବ | ଏହି ଲକ୍ଷ୍ୟ ହାସଲ ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ପୌରପାଳିକା ମାନଙ୍କୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରାଯିବ । ଗତ ମଙ୍ଗଳବାର ଦିନ ଗୋପାଳପୁର ଠାରେ ଅନୁଷ୍ଠିତ ସ୍ଵଚ୍ଛ ସର୍ବେକ୍ଷଣର ଜୋନ୍ ସ୍ତରୀୟ କର୍ମଶାଳାରେ ଯୋଗ ଦେଇ ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ଵତନ୍ତ୍ର ସଚିବ ତଥା ସ୍ଵଚ୍ଛ ଭାରତ ମିଶନ୍ ର ମିଶନ୍ ନିର୍ଦ୍ଦେଶକ ଶ୍ରୀ ରାଜେଶ ପ୍ରଭାକର ପାଟିଲ ଏହା କହିଛନ୍ତି । ନାଗରିକମାନଙ୍କୁ ଦିଆଯାଇଥିବା ପରିମଳ ସେବାର ଗୁଣବତ୍ତା ର ବୃଦ୍ଧି ତଥା ପରିମଳ ସେବାର ପ୍ରତ୍ୟେକ କ୍ଷେତ୍ରରେ ଜନ ଭାଗୀଦାରୀ ବୃଦ୍ଧି କରିବାକୁ ଶ୍ରୀ ପାଟିଲ ପୌରପାଳିକା ମାନଙ୍କୁ ପରାମର୍ଶ କରିଛନ୍ତି। ଅତିରିକ୍ତ ଶାସନ ସଚିବ ତଥା ଅତିରିକ୍ତ ମିଶନ୍ ନିର୍ଦ୍ଦେଶକ ଶ୍ରୀ ବିନୟ କୁମାର ଦାଶ ପ୍ରାରମ୍ଭିକ ସୂଚନା ଦେଇ କର୍ମଶାଳାରେ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।

ପୌରପାଳିକାର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଗୁଡିକ ଯଥା ବର୍ଜ୍ୟବସ୍ତୁ ସଂଗ୍ରହ, ଉତ୍ସ ପୃଥକୀକରଣ, ରାସ୍ତା ଘାଟ ସଫା ଇତ୍ୟାଦିରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ଅଂଶଗ୍ରହଣକାରୀମାନଙ୍କୁ ଆହ୍ଵାନ ଦେଇଥିଲେ । ଆମ ସହରଗୁଡ଼ିକୁ ଅଳିଆ ମୁକ୍ତ ଏବଂ ସୌନ୍ଦର୍ଯ୍ୟ ପୂର୍ଣ୍ଣ କରିବାକୁ ମତ ଦେଇଥିଲେ | ଦକ୍ଷିଣାଞ୍ଚଳ ରାଜସ୍ୱ ଡିଭିଜନ୍ ଅନ୍ତର୍ଗତ ସମସ୍ତ ପୌରପାଳିକା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଗୋପାଳପୁର ଠାରେ ସ୍ଵଚ୍ଛ ସର୍ବେକ୍ଷଣ ନିମନ୍ତେ ଏକ ଜୋନ୍ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପୌର କମିଶନର, କାର୍ଯ୍ୟନିର୍ବାହୀ ଅଧିକାରୀ, ଯନ୍ତ୍ରି ଏବଂ ପରିମଳ ସମ୍ପର୍କିତ ଅନ୍ୟାନ୍ୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ସ୍ଵଚ୍ଛ ସର୍ବେକ୍ଷଣ ହେଉଛି ଏକ ମହତ୍ତ୍ଵପୂର୍ଣ୍ଣ ଜାତୀୟ ସ୍ତରୀୟ ସହରୀ ପରିମଳ ସର୍ବେକ୍ଷଣ, ଯାହା ପୌରପାଳିକା ମାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସେବାର ଗୁଣବତ୍ତା ଆକଳନ କରିବା ପାଇଁ ଭାରତ ସରକାରଙ୍କ ଦ୍ଵାରା ତୃତୀୟ ପକ୍ଷ ସହାୟତାରେ ପ୍ରତି ବର୍ଷ ସମ୍ପାଦନ କରାଯାଇଥାଏ । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟ ଜ୍ୟୋତି ପରିଡା କର୍ମଶାଳାରେ ଯୋଗ ଦେଇ ଜିଲ୍ଲାର ପୌରପାଳିକା ଗୁଡିକ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଗୁଡିକ ବିଷୟରେ ଆଲୋଚନା କରିଥିଲେ । ଅତିରିକ୍ତ ଶାସନ ସଚିବ ତଥା ଅତିରିକ୍ତ ମିଶନ୍ ନିର୍ଦ୍ଦେଶକ ଶ୍ରୀମତୀ ଦୁର୍ଗେଶ ନନ୍ଦିନୀ ସାହୁ ଗତ ବର୍ଷର ସ୍ଵଚ୍ଛ ସର୍ବେକ୍ଷଣରେ ପୌରପାଳିକା ଗୁଡ଼ିକର ପ୍ରଦର୍ଶନ ଉପରେ ଆଲୋକପାତ କରିଥିଲେ। ସେହିଭଳି ଅତିରିକ୍ତ ସଚିବ ତଥା ଅତିରିକ୍ତ ମିଶନ୍ ନିର୍ଦ୍ଦେଶକ ଶ୍ରୀ ରବୀନ୍ଦ୍ର କୁମାର ସାହୁ ବ୍ୟବହୃତ ଜଳ ପରିଚାଳନାର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ । ଅତିରିକ୍ତ ଶାସନ ସଚିବ ତଥା ଅତିରିକ୍ତ ମିଶନ୍ ନିର୍ଦ୍ଦେଶକ ଶ୍ରୀ ବିନୟ କୁମାର ଦାଶ ଚଳିତ ବର୍ଷର ସ୍ଵଚ୍ଛ ସର୍ବେକ୍ଷଣ ନିମନ୍ତେ ମୂଲ୍ୟାଙ୍କନ ପ୍ରଣାଳୀ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିବା ସହିତ ଚଳିତ ବର୍ଷ କିପରି ଉନ୍ନତ ପ୍ରଦର୍ଶନ କରିବା ନିମନ୍ତେ ପ୍ରସ୍ତୁତ ରହିବେ ତାହା ଆଲୋଚନା କରିଥିଲେ । ଅବଶେଷରେ ଦୁଡା, ଗଞ୍ଜାମର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବୀନ୍ଦ୍ର କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking