କଟକ: କଟକରେ ବେଆଇନ ଚାନ୍ଦା ଆଦାୟକାରୀଙ୍କୁ ସାବାଡ୍ କରିବା ପାଇଁ ପଦେକ୍ଷପ ନିଆଯାଇଛି । ଏନେଇ ଫୋନ୍ ନମ୍ବର ଜାରି କଲା କଟକ କମିଶନରେଟ ପୋଲିସ । ପୂଜା ସମୟରେ ଯଦି କେହି ଜୋର ଜବରଦସ୍ତ ଚାନ୍ଦା ମାଗନ୍ତି ଜଣାନ୍ତୁ । ପୋଲିସକୁ ଫୋନ କରିବା ପାଇଁ ଜନସାଧାରଣଙ୍କୁ ଡିସିପିଙ୍କ ଅପିଲ୍ । ମୋବାଇଲ୍ ନମ୍ବର ୭୩୨୮୦୭୭୩୨୬, ୮୪୮୦୫୧୩୦୦୭କୁ ଫୋନ୍ କରନ୍ତୁ । ଅଭିଯୋଗକାରୀଙ୍କ ନାଁ ଗୋପନ ରଖି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାର ଚେତାବନୀ ଦେଇଛନ୍ତି ଡିସିପି ।










