23.1 C
Bhubaneswar
Wednesday, December 31, 2025
Homeଓଡିଶାବନ୍ଦ ରହିଲା କ୍ୟାଲେଣ୍ଡର ବିକ୍ରି

ବନ୍ଦ ରହିଲା କ୍ୟାଲେଣ୍ଡର ବିକ୍ରି

ପୁରୀ: ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି ପ୍ରସଙ୍ଗ । ବର୍ତ୍ତମାନ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କ୍ୟାଲେଣ୍ଡର ବିକ୍ରି ବନ୍ଦ ରହିଲା । ଶ୍ରୀମନ୍ଦିର ପ୍ରଶାସନ ସୂଚନା କେନ୍ଦ୍ରରେ ବିକ୍ରି ହେଉନି କ୍ୟାଲେଣ୍ଡର । ଦୁଇଟି ଯାକ କାଉଣ୍ଟରରେ ଆଉ ବିକ୍ରି ହେଉନାହିଁ କ୍ୟାଲେଣ୍ଡର । କ୍ୟାଲେଣ୍ଡରରେ ମହାପ୍ରଭୁଙ୍କ ଫଟୋ ଅଦଳବଦଳ ତ୍ରୁଟି ସାମ୍ନାକୁ ଆସିଥିଲା । ଏହାକୁ ନେଇ ସେବାୟତ ଓ ଭକ୍ତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ତ୍ରୁଟି କାହିଁକି ହେଲା ତର୍ଜମା କରାଯିବ କହିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସୂଚନା ଅନୁସାରେ, ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଟେବୁଲ କ୍ୟାଲେଣ୍ଡର ଓ ଫଟୋ କ୍ୟାଲେଣ୍ଡରରେ ରହିଛି ସମାନ ଚିତ୍ର । ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ଫଟୋରେ ମଧ୍ୟ ତ୍ରୁଟି ରହିଛି । ପ୍ରଥମେ ଦେବୀ ସୁଭଦ୍ରା, ପରେ ଶ୍ରୀ ଜଗନ୍ନାଥ ଓ ଶେଷରେ ଶ୍ରୀବଳଭଦ୍ରଙ୍କ ରଥଟଣା ଚିତ୍ର କ୍ୟାଲେଣ୍ଡରରେ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking