ଭୁବନେଶ୍ୱର : ସିଏଜି ରିପୋର୍ଟ ଉପସ୍ଥାପିତ କଲେ ଏଜି ଅତୁଲ ପ୍ରକାଶ । ବିଭିନ୍ନ କ୍ଷେତ୍ରକୁ ନେଇ ବିସ୍ତୃତ ତଥ୍ୟ ରଖିଲେ ଏଜି । ଲଘୁ ଖଣିଜ ପଦାର୍ଥ ଖନନରୁ ପ୍ରାପ୍ତ ରାଜସ୍ୱ ଅଣ ଟିକସ ରାଜସ୍ୱର ମୁଖ୍ୟ ଉତ୍ସ । ୨୦୧୫ – ୨୨ ମଧ୍ୟରେ ଲଘୁ ଖଣିଜ ରାଜସ୍ୱ ୨୯୬୮ .୭୫ କୋଟି । ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ୫୨୦ ଲଘୁ ଖଣିଜ ଉତ୍ସ ମଧ୍ୟରୁ ୧୪୭ କାଯ୍ୟକ୍ଷମ । ୩୭୩ ଲଘୁ ଖଣିଜ ଉତ୍ସ କାଯ୍ୟକ୍ଷମ ହୋଇନଥିଲା କହିଛନ୍ତି ଏଜି । ଖଣିଜ କ୍ରୟ ଟ୍ରାଞ୍ଜିଟ ପାସ ନଦେବାରୁ ୮୬୪.୪୬ କୋଟି ରାଜସ୍ୱ ବାଟମାରଣା ।