27.1 C
Bhubaneswar
Wednesday, April 1, 2026
Homeଓଡିଶାବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ; ସଡ଼କ ନିର୍ମାଣ, ସେତୁ ନିର୍ମାଣରେ ଖର୍ଚ୍ଚ ହୋଇନି ୯୫୫ କୋଟି

ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ; ସଡ଼କ ନିର୍ମାଣ, ସେତୁ ନିର୍ମାଣରେ ଖର୍ଚ୍ଚ ହୋଇନି ୯୫୫ କୋଟି

– ଏମ୍‌ଜି ନରେଗାରେ ୪୧୯ କୋଟି ଟଙ୍କାର ଅର୍ଥ ଅପବ୍ୟୟ
ଭୁବନେଶ୍ୱର: ରାଜ୍ୟ ସରକାର ସଡ଼କ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦେଇଥିବାବେଳେ ସଡ଼କ ନିର୍ମାଣ ଓ ସେତୁ ନିର୍ମାଣ କ୍ଷେତ୍ରରେ ପ୍ରଶାସନିକ ଅପାରଗତା ସ୍ପଷ୍ଟ ବାରି ହୋଇ ପଡ଼ିଛି। ଧାର୍ଯ୍ୟ ସମୟରେ ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ। ୨୦୧୮ରୁ ୨୦୨୩ ମଧ୍ୟରେ ଏମିତି ୯୫୫ କୋଟି ଟଙ୍କା ଖର୍ଚ୍ଚ ନ ହୋଇ ଫେରସ୍ତ ହୋଇଯାଇଛି। ସେହିପରି ଏମ୍‌ଜି ନରେଗାରେ ୪୧୯ କୋଟି ଟଙ୍କାର ଅର୍ଥ ଅପବ୍ୟୟ ହୋଇଛି। ଏନେଇ ସିଏଜି କ୍ଷୋଭ ପ୍ରକାଶ କରିଛନ୍ତି। ମଙ୍ଗଳବାର ବିଧାନସଭାରେ ସିଏଜି ଅଡ଼ିଟ୍ ୨୦୨୩ ରିପୋର୍ଟ ଉପସ୍ଥାପନ ହୋଇଯାଇଛି। ରିପୋର୍ଟରେ ଅନେକ ବିଭାଗରେ ଆର୍ଥିକ ଅନିୟମିତତା ଧରାପଡ଼ିଛି। ଜେଲ ପ୍ରଶାସନ ପରିଚାଳନାରେ ବିଫଳତା ଜଳ ଜଳ ଦିସୁଛି। ୨୦୧୮ରୁ ୨୩ ମଧ୍ୟରେ ୩୧ଟି ଜେଲରେ ମାତ୍ରାଧିକ କଏଦୀ ଥିଲେ। ପର୍ଯ୍ୟପ୍ତ ସୁରକ୍ଷା କର୍ମଚାରୀ ନିୟୋଜିତ ହୋଇ ନଥିଲେ। ସିସିଟିଭି କ୍ୟାମେରା, ମେଟାଲ ଦିଡେକ୍ଟର, ବ୍ୟାଗେଜ ସ୍କାନର ଅଚଳ ଥିଲା । ଏଥିଯୋଗୁଁ ୨୦୨୦-୨୩ ମଧ୍ୟରେ ଜେଲରୁ ୩୪ଟି ମୋବାଇଲ ଫୋନ, ୫୬ଟି ସିମ୍ କାର୍ଡ, ୧.୭୬ ଗଞ୍ଜେଇ ଜବତ ହୋଇଥିଲା। ଏହି ତିନି ବର୍ଷରେ ଜେଲରୁ କଏଦୀ ଫେରାର ହେବା ଘଟଣା ୨୯ରେ ପହଞ୍ଚି ଥିଲା।

ସିଏଜି ରିପୋର୍ଟରେ ପୁଣି କହିଛନ୍ତି ଯେ, ୨୦୨୦-୨୩ ମଧ୍ୟରେ ଜଙ୍ଗଲ କ୍ଷେତ୍ରରେ, ବନି କରଣ କ୍ଷେତ୍ରରେ ଉଦ୍ଧିଷ୍ଟ ପାଣ୍ଠିକୁ ଠିକ୍ ଭାବେ ଉପଯୋଗ କରାଯାଇ ନଥିଲା । ଜଙ୍ଗଲ ଜମି ହସ୍ତାନ୍ତର ୨୧ କୋଟି ଟଙ୍କା କ୍ଷତିପୂରଣ ଆଦାୟ ହୋଇ ପାରିନଥିଲା। ସେହିପରି ୨୦୨୦-୨୩ ମଧ୍ୟରେ ହସ୍ତତନ୍ତ ବିଭାଗର ତ୍ରୁଟି ପୂରଣ ନୀତି ଲାଗି, ପ୍ରାୟ ୧୨ କୋଟି ଟଙ୍କା କ୍ଷତି ହୋଇଥିବା ସିଏଜି ଦର୍ଶାଇଛନ୍ତି। ଖଣି ବିଭାଗରେ ଅନୁରୂପ ସ୍ଥିତି। ୨୦୨୦-୨୩ ମଧ୍ୟରେ ଅନୁମୋଦିତ ପରିମାଣର ଅଧିକ ଖଣି ଉତ୍ତୋଳନ ପାଇଁ ସରକାର, ପ୍ରାୟ ୪୦ କୋଟି ଟଙ୍କା ରାଜସ୍ୱ ହରାଇଛନ୍ତି। ବିଳମ୍ବିତ ରୟାଲିଟି ଆଦାୟ ଯୋଗୁଁ ୯୦ କୋଟି ଟଙ୍କାର ସୁଧ ହରାଇଥିଲେ ସରକାର ବୋଲି ରିପୋର୍ଟରେ ଦର୍ଶାଯାଇଛି। ୨୦୨୦-୨୩ ମଧ୍ୟରେ ମହିଳା ଶିଶୁ ବିକାଶ ବିଭାଗ ୩୮୧ କୋଟି ୪୧ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିନାହାନ୍ତି। ଅଙ୍ଗନବାଡି କେନ୍ଦ୍ରରୁ ୫୦ କେଜିଆ ଚାଉଳ ବସ୍ତା ଓଜନ କରିବା ପରେ ବିଭିନ୍ନ ଜାଗାରେ କମ୍ ପରିମାଣର ଚାଉଳ ମିଳିଥିଲା, ଯାହାର ମୂଲ୍ୟ ୨୦ କୋଟି ୮୫ ଲକ୍ଷ ଥିଲା। କିଛି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ କାରସାଦି ଧରାପଡ଼ିଛି। ତଦାରଖ ପ୍ରକ୍ରିୟାକରଣ ଖର୍ଚ୍ଚ ନାଁରେ ଅନୁମୋଦିତ ଅର୍ଥ ରାଶି ଠାରୁ ୫ କୋଟି ୭୩ ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ ହୋଇଛି ବୋଲି ସିଏଜି ତାଙ୍କ ରିପୋର୍ଟରେ ସ୍ପଷ୍ଟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking