24.1 C
Bhubaneswar
Monday, February 9, 2026
Homeଓଡିଶାଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ସିଏସିପିର ପୂର୍ବାଞ୍ଚଳ ରାଜ୍ୟମାନଙ୍କ ସହ ବୈଠକ ଆୟୋଜିତ

ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ସିଏସିପିର ପୂର୍ବାଞ୍ଚଳ ରାଜ୍ୟମାନଙ୍କ ସହ ବୈଠକ ଆୟୋଜିତ

ଭୁବନେଶ୍ୱର: ଖରିଫ ଫସଲର ମୂଲ୍ୟ ତଥା ବିକ୍ରୟଭିତ୍ତିକ ନିୟାମକ ଗଠନ ନିମନ୍ତେ ସିଏସିପି (CACP)ର ପୂର୍ବାଞ୍ଚଳ ରାଜ୍ୟମାନଙ୍କ ସହ ଏକ ବୈଠକ କରିଛନ୍ତି । ସିଏସିପି ଚେୟାରମ୍ୟାନ ପ୍ରଫେସର ବିଜୟ ପାଲ ଶର୍ମା ଚଳିତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହା ସହ କହିଥିଲେ, ଆମେ ହେଉଛୁ ଦୁନିଆର ସବୁଠାରୁ ବଡ଼ ମାର୍କେଟ । ଧାନ, ଗହମରେ ଆମେ ବଳକା ଦେଶ ଅଟୁ । ସେହିଭଳି ଶ୍ରୀ ଅନ୍ନ ପୂର୍ବରୁ ଆମ ଖାଦ୍ୟର ଅଂଶ ଥିଲା । ଏବେ ଲୋକେ ଏହାକୁ ହୃଦୟଙ୍ଗମ କରି ପୁନଃଶ୍ଚ ଥାଳିରେ ଆଣିବାକୁ ପ୍ରଚେଷ୍ଟା କରାଯାଉଛି । ଆଜିର ସମୟରେ ଆମକୁ ମଞ୍ଜିର ଗୁଣବତ୍ତା ଉପରେ ଧ୍ୟାନ ଦେବାକୁ ହେବ। ଯାହାଦ୍ୱାରା ଉତ୍କୃଷ୍ଟ ମାନର ଫସଲ ଫଳିବ ଏବଂ ବଳକା ଫସଲକୁ ଆମେ ବିଦେଶକୁ ରପ୍ତାନୀ କରିହେବ । ତା’ ଛଡ଼ା ଟ୍ରେଡ଼ ପଲିସିରେ ପରିବର୍ତ୍ତନ କରିବା ଆବଶ୍ୟକ ।

ଏହା ଚାଷୀଙ୍କୁ ବିଶେଷ ଭାବେ ଲାଭ ପ୍ରଦାନ କରିବ । ମୃତ୍ତିକା ସ୍ୱାସ୍ଥ୍ୟ, ଫସଲ ବିବିଧିକରଣ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ବୈଠକକୁ ଉଦଘାଟନ କରି କହିଛନ୍ତି, ଓଡ଼ିଶାରେ ଉତ୍ପାଦିତ ହେଉଥିବା ଜିନିଷର ବିଦେଶରେ ବହୁତ ଚାହିଦା ରହିଛି । ବିଦେଶ ରପ୍ତାନୀ ପାଇଁ ଉତ୍ସର୍ଗୀକୃତ କାର୍ଗ ସେବା ଓ ଫ୍ରାଇଟ ପ୍ରଣୟନ କରାଯାଉ। ଚଳିତବର୍ଷ ଓଡ଼ିଶାରେ ଉତ୍କୃଷ୍ଟ ମାନର ଷ୍ଟ୍ରବେରୀ ଫଳିଛି । ଏତଦବ୍ୟତୀତ, ଚାଷିଙ୍କୁ ଜୈବିକ ପଦ୍ଧତିରେ ଚାଷ କରିବା ପାଇଁ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପରାମର୍ଶ ଦେଇଛନ୍ତି।

କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ ସ୍ୱାଗତ ଅଭିଭାଷଣ ପ୍ରଦାନ ପୂର୍ବକ କହିଥିଲେ ଯେ, ଓଡ଼ିଶା କୃଷି କ୍ଷେତ୍ରରେ ପ୍ରଗତି କରିଛି। ବିଶେଷ କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଅଧିକ ୮୦୦ଟଙ୍କା ଇନପୁଟ ସହାୟତା ଚାଷୀଙ୍କୁ ପ୍ରୋତ୍ସାହିତ କରିଛି । କ୍ଷୁଦ୍ର ମିଲେଟ ଉତ୍ପାଦନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହୋଇପାରିଛି।ଏହି ବୈଠକରେ ଓଡ଼ିଶା ସମେତ ଛତିଶଗଡ଼, ଝାରଖଣ୍ଡ, ପଶ୍ଚିମବଙ୍ଗ କୃଷି ବିଭାଗର ଅଧିକାରୀମାନେ ପ୍ରତ୍ୟକ୍ଷ ରୂପେ ଯୋଗଦେଇଥିବାବେଳେ ବିହାରର ଅଧିକାରୀମାନେ ଆଭାସି ମାଧ୍ୟମରେ ଯୋଗଦେଇଥିଲେ। କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଓଡ଼ିଶା ବିଷୟରେ ଉପସ୍ଥାପନା ପ୍ରଦର୍ଶନ କରିଥିଲେ । ଅତିରିକ୍ତ ନିର୍ଦେଶକ ଡ଼ ରାଜେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking