27.1 C
Bhubaneswar
Tuesday, April 8, 2025
Homeଓଡିଶାଓଡ଼ିଶାରେ ଦୁଇଟି ପ୍ରକଳ୍ପ ସହ ଭାରତୀୟ ରେଳବାଇରେ ଚାରୋଟି ମଲ୍ଟିଟ୍ରାକିଙ୍ଗ ରେଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି

ଓଡ଼ିଶାରେ ଦୁଇଟି ପ୍ରକଳ୍ପ ସହ ଭାରତୀୟ ରେଳବାଇରେ ଚାରୋଟି ମଲ୍ଟିଟ୍ରାକିଙ୍ଗ ରେଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ରେଳ ଧାରଣା କ୍ଷମତା ବୃଦ୍ଧି କରିବା ପାଇଁ ଭାରତୀୟ ରେଳବାଇ ଯାତ୍ରୀ ଏବଂ ପଣ୍ୟବାହୀ ଟ୍ରେନ ଗୁଡିକର ସୁଗମ ଏବଂ ଦ୍ରୁତ ପରିବହନ ସୁନିଶ୍ଚିତ କରିବା ପାଇଁ ଚାରୋଟି ମଲ୍ଟିଟ୍ରାକିଂ ପ୍ରକଳ୍ପ ହାତକୁ ନେବାକୁ ଯୋଜନା କରୁଛି। ଏହି ପଦକ୍ଷେପଗୁଡ଼ିକ ଯାତ୍ରା ସୁବିଧାକୁ ଉନ୍ନତ କରିବ, ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବ, ତୈଳ ଆମଦାନୀ ହ୍ରାସ କରିବ ଏବଂ ସ୍ଥାୟୀ ଏବଂ ଦକ୍ଷ ରେଳ ପରିଚାଳନାକୁ ସମର୍ଥନ କରି କାର୍ବନ ନିର୍ଗମନକୁ ହ୍ରାସ କରିବ। ପ୍ରକଳ୍ପଗୁଡ଼ିକ କୋଇଲା, ଲୁହାପଥର ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥ ପାଇଁ ପ୍ରମୁଖ ରେଳ ମାର୍ଗଗୁଡ଼ିକରେ ରେଳ ଲାଇନ କ୍ଷମତା ବୃଦ୍ଧି କରି ଲଜିଷ୍ଟିକ୍ ଦକ୍ଷତା ବୃଦ୍ଧି କରିବାର ଲକ୍ଷ୍ୟ ରଖିଛି । ଏହି ଉନ୍ନତିକରଣ କାର୍ଯ୍ୟ ଗୁଡ଼ିକ ଯୋଗାଣ ଶୃଙ୍ଖଳକୁ ସୁଗମ କରିବ, ଯାହା ଦ୍ଵାରା ତ୍ୱରିତ ଆର୍ଥିକ ଅଭିବୃଦ୍ଧିରେ ମଧ୍ୟ ଯୋଗଦାନ କରିବ।
ପ୍ରକଳ୍ପଗୁଡ଼ିକର ମୋଟ ଆନୁମାନିକ ମୂଲ୍ୟ 18,658 କୋଟି ଟଙ୍କା ଏବଂ ଏହା 2030-31 ସୁଦ୍ଧା ସମାପ୍ତ ହେବ।
ନିର୍ମାଣ ସମୟରେ ପ୍ରକଳ୍ପଗୁଡ଼ିକ ପ୍ରାୟ 379 ଲକ୍ଷ ମାନବ ଦିବସ ପାଇଁ ସିଧାସଳଖ ନିଯୁକ୍ତି ସୃଷ୍ଟି କରିବ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ରେଳ ମନ୍ତ୍ରଣାଳୟର 4ଟି ପ୍ରକଳ୍ପକୁ ଅନୁମୋଦନ କରିଛି ଯାହାର ମୋଟ ମୂଲ୍ୟ ପ୍ରାୟ ₹18,658 କୋଟିଟଙ୍କା । ତିନୋଟି ରାଜ୍ୟ – ମହାରାଷ୍ଟ୍ର, ଓଡ଼ିଶା ଏବଂ ଛତିଶଗଡ଼ର 15ଟି ଜିଲ୍ଲାକୁ ସଂଯୋଗ କରୁଥିବା ଚାରୋଟି ପ୍ରକଳ୍ପ ଭାରତୀୟ ରେଳବାଇର ବିଦ୍ୟମାନ ନେଟୱାର୍କକୁ ପ୍ରାୟ 1247 କିଲୋମିଟର ବୃଦ୍ଧି କରିବ ।
ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ:
I. ସମ୍ବଲପୁର – ଜରପଡା ତୃତୀୟ ଏବଂ ଚତୁର୍ଥ ଲାଇନ |
II. ଝାରସୁଗୁଡା – ସାଶନ ତୃତୀୟ ଏବଂ ଚତୁର୍ଥ ଲାଇନ |
III. ଖରଶିଆ – ନୂଆ ରାୟପୁର – ପାରମଲକାସା 5ମ ଏବଂ 6ଷ୍ଠ ଲାଇନ |
iv. ଗୋଣ୍ଡିଆ-ବଲହାରଶାହ ଦୋହରୀକରଣ |
ବର୍ଦ୍ଧିତ ଲାଇନ କ୍ଷମତା ଗତିଶୀଳତାକୁ ଉନ୍ନତ କରିବ, ଭାରତୀୟ ରେଳବାଇ ପାଇଁ ଉନ୍ନତ ଦକ୍ଷତା ଏବଂ ସେବା ନିର୍ଭରଯୋଗ୍ୟତା ପ୍ରଦାନ କରିବ। ଏହି ମଲ୍ଟି-ଟ୍ରାକିଂ ପ୍ରସ୍ତାବଗୁଡ଼ିକ ଟ୍ରେନ ପରିଚାଳନା କାର୍ଯ୍ୟକୁ ସହଜ କରିବା ସହ ଭିଡ଼ ହ୍ରାସ କରିବ ଯାହା ଭାରତୀୟ ରେଳବାଇର ବ୍ୟସ୍ତତମ ସେକ୍ସନରେ ଆବଶ୍ୟକୀୟ ଭିତ୍ତିଭୂମି ବିକାଶ ପ୍ରଦାନ କରିବ। ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନୂତନ ଭାରତର ସଂକଳ୍ପ ସହିତ ସମନ୍ୱିତ, ଯାହା ଏହି ଅଞ୍ଚଳର ବ୍ୟାପକ ବିକାଶ ଦ୍ୱାରା ଏହି ଅଞ୍ଚଳର ଲୋକମାନଙ୍କୁ “ଆତ୍ମନିର୍ଭର” କରିବ ଏବଂ ସେମାନଙ୍କର ନିଯୁକ୍ତି/ସ୍ୱରୋଜଗାର ସୁଯୋଗ ବୃଦ୍ଧି କରିବ।
ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ମଲ୍ଟି-ମୋଡାଲ ସଂଯୋଗୀକରଣର ଫଳାଫଳ, ଯାହା ସମନ୍ୱିତ ଯୋଜନା ମାଧ୍ୟମରେ ସମ୍ଭବ ହୋଇପାରିଛି ଏବଂ ଯାତ୍ରୀବାହୀ, ପଣ୍ୟବାହୀ ସେବା ପରିବହନ ପାଇଁ ସୁଗମ ସଂଯୋଗୀକରଣ ପ୍ରଦାନ କରିବ।
ଏହି ପ୍ରକଳ୍ପଗୁଡ଼ିକ ସହିତ 19ଟି ନୂତନ ଷ୍ଟେସନ ନିର୍ମାଣ କରାଯିବ ଯାହା ଦୁଇଟି ଆକାଂକ୍ଷୀ ଜିଲ୍ଲା (ଗଡ଼ଚିରୋଲି ଏବଂ ରାଜନନ୍ଦଗାଓଁ) ସହିତ ଯୋଗାଯୋଗ ବୃଦ୍ଧି କରିବ। ମଲ୍ଟି-ଟ୍ରାକିଂ ପ୍ରକଳ୍ପ ଗମନାଗମନ ସଂଯୋଗୀକରଣକୁ ପ୍ରାୟ ବୃଦ୍ଧି କରିବା ସହ 3350ଟି ଗାଁ ଏବଂ ପ୍ରାୟ 47.25 ଲକ୍ଷ ଜନସଂଖ୍ୟା ଅଂଚଳକୁ ରେଳ ସଂଯୋଗ ଓ ସେବା ପ୍ରଦାନ କରିବ ।
ଖରସିଆ – ନୂଆ ରାୟପୁର – ପରମାଲକାସା ବାଲୋଦା ବଜାର ଭଳି ନୂତନ ଅଞ୍ଚଳକୁ ସିଧାସଳଖ ସଂଯୋଗ ପ୍ରଦାନ କରିବା ସହ ଏହି ଅଞ୍ଚଳରେ ସିମେଣ୍ଟ ପ୍ଲାଣ୍ଟ ସମେତ ନୂତନ ଶିଳ୍ପ ୟୁନିଟ୍ ସ୍ଥାପନ ପାଇଁ ମଧ୍ୟ ସମ୍ଭାବନା ସୃଷ୍ଟି କରିବ।
କୃଷି ଉତ୍ପାଦ, ସାର, କୋଇଲା, ଲୁହାପଥର, ଇସ୍ପାତ, ସିମେଣ୍ଟ, ଚୂନପଥର ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଏହି ମଲ୍ଟି ଟ୍ରାକିଙ୍ଗ ଅତ୍ୟନ୍ତ ଜରୁରୀ । କ୍ଷମତା ବୃଦ୍ଧି କାର୍ଯ୍ୟ ଯୋଗୁଁ 88.77 MTPA (ପ୍ରତିବର୍ଷ ନିୟୁତ ଟନ୍) ଅତିରିକ୍ତ ମାଲ ପରିବହନ ହେବ । ରେଳବାଇ ପରିବେଶ ଅନୁକୂଳ ଏବଂ ପରିବହନର ଶକ୍ତି ସଂରକ୍ଷଣକାରୀ ମାଧ୍ୟମ ହୋଇଥିବାରୁ ଏହା ଜଳବାୟୁ ଲକ୍ଷ୍ୟ ହାସଲ କରିବାରେ ଏବଂ ଦେଶର ଲଜିଷ୍ଟିକ୍ସ ଖର୍ଚ୍ଚକୁ ହ୍ରାସ କରିବାରେ ସାହାଯ୍ୟ କରିବ । ଏହା ଦ୍ୱାରା ତୈଳ ଆମଦାନୀ (95 କୋଟି ଲିଟର) ହ୍ରାସ ହେବ ସହ କାର୍ବନ / CO2 ନିର୍ଗମନ (477 କୋଟି କିଲୋଗ୍ରାମ) ହ୍ରାସ କରିବ ଯାହା 19 କୋଟି ବୃକ୍ଷ ଲଗାଇବା ସହିତ ସମାନ।
ସମ୍ବଲପୁର – ଜରପଡା ତୃତୀୟ ଏବଂ ଚତୁର୍ଥ ଲାଇନ (277 ଟ୍ରାକ କିଲୋମିଟର) _
₹3,917 କୋଟି ବ୍ୟୟରେ ଜରପଡ଼ା (ତାଳଚେର-ଅନୁଗୁଳ ଅଞ୍ଚଳ) ଏବଂ ସମ୍ବଲପୁର ମଧ୍ୟରେ ତୃତୀୟ ଏବଂ ଚତୁର୍ଥ ଲାଇନକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।
ଏହି 277 କିଲୋମିଟର ପ୍ରକଳ୍ପ ତାଳଚେର ଓ ସମ୍ବଲପୁର ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି କରିବ। ଏହା ମଧ୍ୟ ଏହି ଅଞ୍ଚଳରେ ଅଧିକ ଯାତ୍ରୀ ଏବଂ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳକୁ ସକ୍ଷମ କରିବ ଏବଂ ଓଡ଼ିଶାର ଅର୍ଥନୈତିକ ବିକାଶରେ ବୃଦ୍ଧି ଆଣିବ । 277 କିମି ଟ୍ରାକ୍ ଦୈର୍ଘ୍ୟ ବିଶିଷ୍ଟ ଏହି ରୁଟରେ 11ଟି ଷ୍ଟେସନ ଅଛି ଯେଉଁଥିରେ 95ଟି ROB/RUB ଅନ୍ତର୍ଭୁକ୍ତ । ଏହା 14141 କୋଟି କିଲୋଗ୍ରାମ କାର୍ବନ / CO2 ସଞ୍ଚୟ କରିବ ଯାହା 5.8 କୋଟି ବୃକ୍ଷ ଲଗାଇବା ସହିତ ସମାନ ଅଟେ ।
ଝାରସୁଗୁଡା – ସାଶନ ତୃତୀୟ ଏବଂ ଚତୁର୍ଥ ଲାଇନ (87 ଟ୍ରାକ କିଲୋମିଟର) |

₹1,187 କୋଟି ବ୍ୟୟରେ ସମ୍ବଲପୁର (ସାସନ) ଏବଂ ଝାରସୁଗୁଡା ମଧ୍ୟରେ ତୃତୀୟ ଏବଂ ଚତୁର୍ଥ ଲାଇନକୁ ଅନୁମୋଦନ କ୍ୟାବିନେଟ କରିଛି। ଏହି ମାଲ ପରିବହନ କରିଡର ସମଗ୍ର ଉପାୟରେ ଯାତ୍ରୀ ଏବଂ ମାଲ ପରିବହନକୁ ସକ୍ଷମ କରିବା ସହ ହାୱଡା ମୁମ୍ବାଇ ରୁଟରେ ଟ୍ରେନଗୁଡ଼ିକର ଦ୍ରୁତ ଗତି ବୃଦ୍ଧି ପାଇଁ ସହାୟକ ହେବ ଏବଂ ଓଡ଼ିଶାରେ ଆର୍ଥିକ ବିକାଶ କ୍ଷେତ୍ରରେ ଉନ୍ନତି ଆଣି ଲଜିଷ୍ଟିକ୍ସ ଦକ୍ଷତାକୁ ବୃଦ୍ଧି କରାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking