21.1 C
Bhubaneswar
Monday, February 2, 2026
Homeଓଡିଶାରାଜନେତାଙ୍କ ଚକ୍ରବ୍ୟୁହରେ ବ୍ୟାସ ସରୋବର ମହୋତ୍ସବ

ରାଜନେତାଙ୍କ ଚକ୍ରବ୍ୟୁହରେ ବ୍ୟାସ ସରୋବର ମହୋତ୍ସବ

ଯାଜପୁର: ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ମହୋତ୍ସବ ବିନା ଅତିଥିରେ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବକୁ ଉଦଘାଟନ କରିବା ପାଇଁ ପୌର ପରିଷଦ ପକ୍ଷରୁ ଯାଜପୁର ଜିଲାପାଳ ଅମ୍ବର କୁମାର କର, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସପନ କୁମାର ନନ୍ଦ, ଜିଲା ପ୍ରକଳ୍ପ ନିର୍ଦ୍ଧେଶକ ଦେବୀ ପ୍ରସାଦ ମହାନ୍ତି ଓ ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗଦେବାକୁ ନିମନ୍ତ୍ରଣ ପତ୍ରରେ ନାମ ଉଲ୍ଲେଖ ଥିବାବେଳେ ପରିଶେଷରେ କେହିଜଣେ ପ୍ରଶାସନିକ ଅଧିକାରୀ ଯୋଗଦେଇନଥିଲେ । ବୋହୁ ବିଳମ୍ବ ହେବାରୁ ବ୍ୟାସନଗର ପୌର ପରିଷଦ ଅଧକ୍ଷ ସୁବାଷ ଚନ୍ଦ୍ର ବଳ ପାରିଷଦମାନଙ୍କୁ ନେଇ ଉତ୍ସବକୁ ଉଦଘାଟନ କରିଥିଲେ । ମହୋତ୍ସବକୁ ଉଦଘାଟନ କରି ରାଜ୍ୟ ସରକାର ବ୍ୟାସ ସରୋବରକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେଇଛନ୍ତି । ଏହି ପୀଠର ବର୍ଣ୍ଣନା ମହାଭାରତରେ ରହିଛି । ଏହି ପୀଠରେ ବ୍ୟାସଦେବ ମହାଭାରତ ଶେଷପର୍ବ ଲେଖିଥିବା ପୁରାଣରେ ବର୍ଣ୍ଣିତ ଅଛି । ଏହି ମହୋତ୍ସବକୁ ପୌର ପରିଷଦ ସହରବାସୀଙ୍କ ଟିକସ ଓ ନିଜସ୍ୱ ପାଣ୍ଠିରେ ଅନୁଷ୍ଠିତ ହେଉଛି । ଏଥିରେ କୌଣସି ସରକାରୀ ବେସରକାରୀ କିମ୍ବା କଳିଙ୍ଗନଗର ଶିଳ୍ପ ସଂସ୍ଥା ଗୁଡିକର କୌଣସି ଅବଦାନ ନାହିଁ । ବ୍ୟାସନଗର ମାଟି ସ୍ୱାଭିମାନର ମାଟି ଏହି ବ୍ୟାସ ମହୋତ୍ସବ ସହରବାସୀଙ୍କ ସମ୍ମାନ ଓ ସ୍ୱାଭିମାନର ପ୍ରଶ୍ନ ।

ସଫଳ କରିବା ପାଇଁ ସହରବାସୀ ସହଯୋଗର ହାତ ବଢ଼ାଇବାକୁ ପୌରାଧକ୍ଷ ନିବେଦନ କରିଥିଲେ । ଏହି ଉତ୍ସବରେ ସମ୍ମାନିତ ଅତିଥିଭାବେ ପାରିଷଦ ବିଜୟ କୁମାର ଜେନା, ସିଦ୍ଧାର୍ଥ ସାମଲ, ପାର୍ଥ ସାରଥି ନାୟକ, ସନ୍ତୋଷ ବରାଳ, ଶିବାନନ୍ଦ ନାୟକ, ଅଶୋକ ଦାସ, କୁମୁଦିନୀ ରାଉତ,ଉର୍ମିଳା ପରିଡା, ମୋନାଲିସା ସାହୁ, ସୁଜାତା ପ୍ରିୟଦର୍ଶିନୀ ପରିଡା, କୁନି ହାଁସଦା, ସରିତା ଜେନା, ବୁଦୁନୀ ଦରାଇ, ଅନ୍ନପୂର୍ଣ୍ଣା ତରାଇ, ରଶ୍ମିତା ଖୁଣ୍ଟିଆ, ରବୀନ୍ଦ୍ର ରାଉତ, ଦିଲ୍ଲୀପ ସେଠି ପ୍ରମୁଖଯୋଗଦେଇଥିଲେ । ବ୍ୟାସ ମାରାଥନରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ଶେଷରେ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ୟାସଶ୍ରୀ କଳାନିକେତନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମାନସୀ ପଣ୍ଡା ଓ ବାଇଧର ମାଝୀ ମଞ୍ଚ ପରିଚାଳନା କରିଥିଲେ । ତେଣୁ ଦୀର୍ଘ ୧୧ ଦିନଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ଫିକା ପଡିଥିଲା ଦର୍ଶକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଚେୟାର ଗୁଡିକ ଫାଙ୍କା ପଡିଥିଲା । ୬୦ ରୁ ଉର୍ଦ୍ଧ ଷ୍ଟଲ ଖୋଲା ଯାଇଥିଲେ ମଧ୍ଯ ଷ୍ଟଲ ଗୁଡିକ ବ୍ୟାସଦେବ ରାଗୁଜି ଗୋସାଇଁଙ୍କ ମନ୍ଦିରରେ ରଂଗ ଦିଆ ଯାଇନାହିଁ। ନିକଟରେ ଗୁପ୍ତଗଙ୍ଗା ପରିଷ୍କାର କରାଯାଇ ନାହିଁ। ପବିତ୍ର ଗୁପ୍ତ ଗଂଗାରେ ମାଛ ଗୁଡିକ ମରିଯିବା ଫଳରେ ପାଣିରୁ ଦୁର୍ଗନ୍ଧ ବାହାରୁଛି । ନାନା ଅବ୍ୟବସ୍ଥା ସରୋବର ମେଳା ଚାଲିଛି। ଶାସକ ଦଳ ଚାପରେ ଅତିଥି ମାନେ ଆସିଲେ ନାହିଁ ବୋଲି କୁହା ଯାଉଛି । ମେଳାର ପରମ୍ପରା ମା ମାଟି ସମ୍ମାନ ନାରାଦେଇ ବିଜୟ ହାସଲ କରିଥିବା ନେତା ବ୍ୟାସନଗର ମେଳା ପ୍ରତି ଅହିଷ୍ଣୁ ଭାବ କାହିଁକି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ମା ମାଟିର ସମ୍ମାନ ଓ ସ୍ଵାଭିମାନ ନେତାଙ୍କର କୁଆଡେ ଗଲା ତାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଛିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking