19.1 C
Bhubaneswar
Wednesday, December 25, 2024
Homeଓଡିଶାକରନ୍ତୁ ଏହି ଉପାୟ , ଦୂର ହୋଇଯିବ ଆପଣଙ୍କ ଆଖିତଳେ ପଡିଥିବା ଡାର୍କ ସର୍କଲ

କରନ୍ତୁ ଏହି ଉପାୟ , ଦୂର ହୋଇଯିବ ଆପଣଙ୍କ ଆଖିତଳେ ପଡିଥିବା ଡାର୍କ ସର୍କଲ

ଭୁବନେଶ୍ୱର :  ଆଜିକାଲି  ଚାପଗ୍ରସ୍ତ ଜୀବନରେ  ଅଧିକାଂଶ ଲୋକଙ୍କ ଆଖିତଳେ  ଡାର୍କ ସର୍କଲ  ଦେଖାଯାଏ । ଡାର୍କ ସର୍କଲଗୁଡିକର ସମସ୍ୟାକୁ ନେଇ ସମସ୍ତେ  ଅସୁବିଧାରେ ପଡନ୍ତି । ଏଥିରୁ ମୁକ୍ତି ପାଇବା ପାଇଁ ଏହି ଉତ୍ପାଦ ବ୍ୟବହାର କରନ୍ତୁ । ଏପରି ଏକ ଜିନିଷ ଅଛି  ଯାହା ଡାର୍କ ସର୍କଲ ପାଇଁ ଏକ ଭଲ ଚିକିସ୍ଛା ବୋଲି ପ୍ରମାଣ କରେ ।  ଏହା ହେଉଛି ବାଦାମ ତେଲ । ଆଉ କିଛି ନୁହଁ । ବାଦାମ ତେଲର କିଛି ବୁନ୍ଦା ନେଇ ରାତିରେ ଶୋଇବା ପୂର୍ୱରୁ  ଏହାକୁ ଆଖି ତଳେ ମାଲିସ କରନ୍ତୁ ।  ହାତରେ ହାଲୁକା ମସାଜ କରନ୍ତୁ ।  ଏହି ମସାଜ ରକ୍ତ ସଞ୍ଚାଳନକୁ  ବଢାଇଥାଏ ।  ଧିରେ ଧିରେ ଆଖି ତଳେ ଫୁଲା ଏବଂ ଡାର୍କ ସର୍କଲକୁ ଦୂର କରିଥାଏ ।  କିଛି ମହୁରେ ଦୁଇ ତିନି ବୁନ୍ଦା ବାଦାମ ତେଲ ମିଶାନ୍ତୁ । ତାପରେ ଏହି ମିଶ୍ରଣକୁ  ଆଖି ତଳେ ଲଗାନ୍ତୁ । ଏବଂ ଏହାକୁ ୧୫ ମିନିଟ ଛାଡି ଦିଅନ୍ତୁ । ପରେ ଏହାକୁ ଉଷୁମ ପାଣିରେ ଧୋଇଦିଅନ୍ତୁ । ବାଦାମ ତେଲରେ ମିଳୁଥିବା ମହୁ  ଏବଂ ପୋଷକ ତତ୍ତ୍ୱର  ଆଣ୍ଟି ଅକ୍ସିଡାଣ୍ଟ  ଡାର୍କ ସର୍କଲକୁ ହ୍ରାସ କରିବାରେ  ସହାୟକ ହୁଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking