ଭୁବନେଶ୍ୱର: ଏଣିକି କିଣା ବିକା ହୋଇପାରିବ ପୁରୁଣା ଆପାର୍ଟମେଣ୍ଟ । ଏନେଇ ବଡ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସୂଚନା ଦେଇ କହିଛନ୍ତି ଯେ ୨୦୧୬ ପୂର୍ବରୁ ନର୍ମିତ ଆପାର୍ଟମେଣ୍ଟଗୁଡିକ କିଣା ବିକା ହୋଇପାରିବ । ‘ରେରା’ ଆଇନରେ ସଂଶୋଧନ କରି ନୂଆ ବିଜ୍ଞପ୍ତି ପ୍ରକାଶ କଲେ ସରକାର ।










