34.1 C
Bhubaneswar
Thursday, March 26, 2026
Homeଓଡିଶାକୂଅକୁ ଡ଼େଇଁ ବ୍ୟବସାୟୀଙ୍କ ଆତ୍ମହତ୍ୟା

କୂଅକୁ ଡ଼େଇଁ ବ୍ୟବସାୟୀଙ୍କ ଆତ୍ମହତ୍ୟା

ଗଞ୍ଜାମ : ଘର ପଛପଟ କୂଅକୁ ଡ଼େଇଁ ବ୍ୟବସାୟୀଙ୍କ ଆତ୍ମହତ୍ୟା । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଖାଲାସି ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ବ୍ୟବସାୟୀ ଜଣଙ୍କ ହେଲେ ସନ୍ତୋଷ ପାଢ଼ୀ। ସନ୍ତୋଷ ସବୁଦିନ ଭଳି ଆଜି ମଧ୍ୟ ନିଜ ଦୋକାନ ଖୋଲିଥିଲେ। ସେ ଅପରାହ୍ନରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଘରେ କେହି ନଥିବା ସମୟରେ ବାରିପଟ କୂଅରେ ଡ଼େଇଁ ପଡ଼ିଥିଲେ ସନ୍ତୋଷ। ଘର ଲୋକେ ବହୁ ସମୟ ଖୋଜିବା ପରେ କୂଅ ଭିତରେ ତାଙ୍କୁ କୂଅରେ ଦେଖିଥିଲେ।ଏନେଇ ପରିବାର ଲୋକେ ଅଗ୍ନିଶମ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି କୂଅଭିତରୁ ମୃତଦେହକୁ ଉଦ୍ଧାର କରିଥିଲେ। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ କରୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking