18.1 C
Bhubaneswar
Wednesday, February 4, 2026
Homeଓଡିଶାଆଜିଠୁ ସାରା ରାଜ୍ୟରେ ଗଡ଼ିଲା ବସ୍

ଆଜିଠୁ ସାରା ରାଜ୍ୟରେ ଗଡ଼ିଲା ବସ୍

ଭୁବନେଶ୍ବର: ରାଜ୍ୟ ଘରୋଇ ବସ ମାଲିକ ସଂଘର ନିଷ୍ପତ୍ତି ଅନୁସାରେ ଆଜିଠୁ ସାରା ରାଜ୍ୟରେ ଗଡ଼ିଲା ବସ୍ । ଗତକାଲି ବସ ଚଳାଚଳ ନେଇ ସୂଚନା ଦେଇଥିଲେ ଘରୋଇ ବସ ମାଲିକ ସଂଘ। ଯାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସଂଘ ନେଇଛି ନିଷ୍ପତ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ପୋଲିସ ଓ ପ୍ରଶାସନର ସହାୟତା ନିଆଯିବ। ରାଜ୍ୟ ସରକାର ସୁରକ୍ଷା ଯୋଗାଇବା ପାଇଁ ଦାବି ହୋଇଛି।  ଆନ୍ଦୋଳନ ଯୋଗୁ ଗଡ଼ୁନି ଟ୍ରକ।ଏନେଇ ଓଡ଼ିଶା ରାଜ୍ୟ ଟ୍ରକ୍ ମାଲିକ ସଂଘ ସାଧାରଣ ସମ୍ପାଦକ କହିଛନ୍ତି, ସମସ୍ତ ଡ୍ରାଇଭର ଧର୍ମଘଟରେ ଅଛନ୍ତି। ତେଣୁ ମାଲିକମାନେ ନିରୁପାୟ। ଏଭଳି ସ୍ଥିତିରେ ବସ ମାଲିକ ସଂଘ କେମିତି ଗାଡ଼ି ଚଳାଇବେ, ତାହା ସେମାନଙ୍କୁ ଜଣା। କିନ୍ତୁ ଧର୍ମଘଟ ପ୍ରତ୍ୟାହାର ନେଇ ଡ୍ରାଇଭର ମହାସଂଘ କୌଣସି ସୂଚନା ଦେଇନଥିବା କହିଛନ୍ତି ଓଡ଼ିଶା ରାଜ୍ୟ ଟ୍ରକ୍ ମାଲିକ ସଂଘ ସାଧାରଣ ସମ୍ପାଦକ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking