ବାଲେଶ୍ୱର: ପୋଲ ତଳକୁ ଓଲଟିଲା ବସ୍: ୨୦ରୁ ଉର୍ଦ୍ଧ୍ୱ ଆହତ । ବାଲେଶ୍ୱର ନୁଣିଆଯୋଡି ପୋଲ ପାଖରେ ଦୁର୍ଘଟଣା ହୋଇଛି । ଟ୍ରାକ୍ଟରକୁ ଧକ୍କା ଦେବା ପରେ ଓଲଟି ପଡିଲା ବସ୍ । ଭୋଗରାଇରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା ବସ୍ । ବସ୍ରେ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାରି କରିବାରେ ସଫଳ ହୋଇଛି ଅଗ୍ନିଶମ ବାହିନୀ । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।