26.1 C
Bhubaneswar
Wednesday, December 17, 2025
Homeଓଡିଶାଘାଟିରେ ଓଲଟିଲା ବସ୍: ୩ ଗୁରୁତର

ଘାଟିରେ ଓଲଟିଲା ବସ୍: ୩ ଗୁରୁତର

ରାୟଗଡା:  ରାୟଗଡା ଜିଲ୍ଲା କୋଲନରା ବ୍ଳକ ମୁକୁନ୍ଦୁପୁରୁ ଘାଟିରେ ଓଲଟିଲା ବସ୍। ତୁଫାନ ବା ମା ବାଙ୍ଗାରାମା ବସରେ ୪୫ଜଣ ଯାତ୍ରୀ ଧରି ବସ୍ ଟି ବ୍ରହ୍ମପୁରରୁ ରାୟଗଡା ଅଭିମୁଖେ ଆସୁଥିବା ସମୟରେ ଭାରଷମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ୨୩ ଜଣ ସାମନ୍ୟ ଆହତ ଥିବା ବେଳେ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ସେଥି ମଧରୁ ୩ ଜଣ ଯାତ୍ରୀ ଗୁରୁତର ଥିବା ଜଣାପଡିଛି। ସମସ୍ତ ଗୁରୁତରଙ୍କୁ ଅମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାୟରେ ଭର୍ତ୍ତି କରାଯାଇଥିବା ସମୟରେ ବସ୍ ର ସମସ୍ତ ଯାତ୍ରୀ ଅଳ୍ପ ବହୁତ ଆହତ ହୋଇଥିବା ନେଇ ଯାତ୍ରୀ କହିଛନ୍ତି। ଏବଂ ଏହି ଦୁର୍ଘଟଣାରେ କେହି ମୃତ୍ୟୁ ବରଣ କରିନଥିବାର ସୂଚନା ମିଳିଛି। ପରେ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking