14.1 C
Bhubaneswar
Saturday, December 6, 2025
Homeଓଡିଶାଭାରସାମ୍ୟ ହରାଇ ଓଲଟିଲା ବସ: ୧୫ ଆହତ

ଭାରସାମ୍ୟ ହରାଇ ଓଲଟିଲା ବସ: ୧୫ ଆହତ

କନ୍ଧମାଳ: ଭାରସାମ୍ୟ ହରାଇ ଓଲଟିଲା ଶ୍ରୀରାମ ବସ । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି  କଳିଙ୍ଗା ଘାଟି   ଅନ୍ଧାରକୁଟି ନିକଟରେ ଦୁର୍ଘଟଣା ଘଟିଛି ।  ବସରେ ୨୦ରୁ ଅଧିକ ଯାତ୍ରୀ ରହିଥିବା ସୂଚନା ମିଳିଛି । ବସଟି ବରଗଡରୁ ବ୍ରହ୍ମପୁର ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।  ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।  ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତମାନଙ୍କୁ  ଭଞ୍ଜନଗର ଓ ଜି. ଉଦୟଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିନା ଅନୁମତିରେ ଗାଡି କେମିତି  କଳିଙ୍ଗା ଘାଟିକୁ ଗଲା ତାହା ଏବେ ପ୍ରଶ୍ନ ଉଠିଛି ।   ଭାରୀଯାନ ବାରଣ କରାଯିବା ସତ୍ତ୍ୱେ ବସଟି  କଳିଙ୍ଗା ଘାଟି  ଚଢିଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking