22.1 C
Bhubaneswar
Friday, February 6, 2026
Homeଓଡିଶାଓଲଟିଲା ବସ୍‌: ୨ ମୃତ, ୨୦ରୁ ଊର୍ଦ୍ଧ୍ବ ଗୁରୁତର

ଓଲଟିଲା ବସ୍‌: ୨ ମୃତ, ୨୦ରୁ ଊର୍ଦ୍ଧ୍ବ ଗୁରୁତର

ଭୁବନେଶ୍ବର : ପୁରୀ ଜିଲା ପିପିଲି ଥାନାର କୌଶଲ୍ୟାଗଙ୍ଗ ଫାଣ୍ଡି ଅନ୍ତର୍ଗତ ସିଫା ସମ୍ମୁଖରେ ଶନିବାର ରାତି ପ୍ରାୟ ୨ଟାରେ ଦୁର୍ଘଟଣା ଘଟିଛି। ବଙ୍ଗୀୟ ପର୍ଯ୍ୟଟକଙ୍କୁ ନେଇ ଭୁବନେଶ୍ବରରୁ ପୁରୀ ଅଭିମୁଖେ ଯାଉଥିବା ଏକ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କ ମଧ୍ୟରେ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ, ପୁଲିସ, ଅଗ୍ନିଶମ ବିଭାଗ ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଛନ୍ତି। ଦୁର୍ଘଟଣା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ିମୋଟର ଅନେକ ସମୟ ପର୍ଯ୍ୟନ୍ତ ଅଟକି ରହିଥିଲା। କ୍ରେନ୍‌ ଜରିଆରେ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ରାସ୍ତାରୁ ହଟାଯାଇଥିଲା । ଘଟଣାସ୍ଥଳରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ରାତି ପ୍ରାୟ ସାଢ଼େ ୩ଟା ପର‌୍ୟ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking