ଭଦ୍ରକ : ରାସ୍ତାରେ ଯାଉଥିବା ବେଳେ ପଥଚାରୀ ଉପରେ ଓଲଟି ପଡିଲା ବସ । ଫଳରେ ଘଟଣାସ୍ଥଳରେ ପଥଚାରୀର ମୃତ୍ୟୁ ହୋଇଛି । ୧୦ ଜଣ ବସ ଯାତ୍ରୀ ଆହତ ଅଛନ୍ତି । ବନ୍ତ ଥାନା ଜାଗୁଳାଇପଦା ଛକ ନିକଟରେ ବସଟି ଓଲଟି ପଡିଛି । ଭଦ୍ରକରୁ ବନ୍ତ ବସଟି ଯାଉଥିଲା । ବସଟି ପଥଚାରୀ ଉପରେ ପଡିଯାଇଥିବାରୁ ପଥଚାରୀର ମୃତ୍ୟୁ ହୋଇଛିା ଘଟଣା ସ୍ଥଳରେ ସ୍ଥିତି ଉତ୍ତେଜନା ଦେଖାଦେଇଛି । ସେହିପରି , ଉଦଳା ରାସ୍ତା କଡରେ ଭ୍ୟାନ ଓଲଟି ୧୩ ଶ୍ରମିକ ଆହତ ଅଛନ୍ତି । ଅସ୍ତିଆ ଛକ ନିକଟରେ ଓଲଟିଲା ପିକଅପ ଭ୍ୟାନ । ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟ ସବୁ ଉଦଳା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।









