30.1 C
Bhubaneswar
Tuesday, February 3, 2026
Homeଓଡିଶାଟ୍ରକକୁ ପଛରୁ ଧକ୍କା ଦେଲା ବସ୍: ୫ ଗୁରୁତର

ଟ୍ରକକୁ ପଛରୁ ଧକ୍କା ଦେଲା ବସ୍: ୫ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଓଳିଆ ପାଟଣା ନିକଟ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ମଙ୍ଗଳବାର ଅପରାହ୍ନରେ ଏକ  ଲରି ଟ୍ରକକୁ ପଛପଟୁ ଯାତ୍ରୀବାହୀ ବସ୍  ବିନାୟକ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି। ସୂଚନା ମୁତାବକ ବିନାୟକ ବସ ଯାତ୍ରୀଙ୍କୁ ନେଇ ବାଲେଶ୍ଵରରୁ ଯାଜପୁର ଟାଉନ ଅଭିମୁଖେ ଯାଉଥିଲା। ଓଳିଆ ପାଟଣା ନିକଟରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପ୍‌କୁ ଏକ ଲରିଟ୍ରକ ତେଲ ପକାଇବା ପାଇଁ ଯାଉଥିବା ବେଳେ ପଛପଟୁ ବସ୍ ଧକ୍କା ଦେଇଥିଲା।  ଫଳରେ ବସରେ ସମ୍ମୁଖରେ ବସିଥିବା ୫ ଜଣ ଯାତ୍ରୀ ଆହତ ହୋଇଥିଲେ। ସମସ୍ତ ଆହତ ଯାତ୍ରୀମାନଙ୍କୁ ଜାତୀୟ ତାଜପଥ ପୁଲିସ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ବସ୍‌ରେ ଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଅନ୍ୟ ବସ୍ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି। ଧକ୍କା ପରେ ବସ୍‌ର ଡ୍ରାଇଭର ଏବଂ ହେଲ୍‌ପର ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking