ଜଳେଶ୍ୱର: ଟ୍ରକକୁ ଧକ୍କା ଦେଲା ବସ୍ । ଦୁର୍ଘଟଣାରେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏନଏଚ-୬୦ ବସ୍ତା ଥାନା ଜୁଣ ବଳଦା ନିକଟରେ ଘଟିଛି ଏହି ଦୁର୍ଘଟଣା । ସମସ୍ତ ଆହତ ବାଲେଶ୍ୱର ମାଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଭୁବନେଶ୍ୱରରୁ କୋଲକତା ଅଭିମୁଖେ ଯାଉଥିଲା ବସ୍, ସେତିକି ବେଳେ ଟ୍ରକ ସହ ଧକ୍କା ହୋଇ ଦୁର୍ଘଟଣା ଘଟିଛି ।










