25.1 C
Bhubaneswar
Sunday, December 21, 2025
Homeଓଡିଶାଟ୍ରଲରକୁ ଧକ୍କା ଦେଲା ବସ୍‌; ୧୦ ଆହତ

ଟ୍ରଲରକୁ ଧକ୍କା ଦେଲା ବସ୍‌; ୧୦ ଆହତ

କଟକ : ଟ୍ରଲରକୁ ପଛରୁ ଧକ୍କା ଦେଲା ବସ୍‌। ଦୁର୍ଘଟଣାରେ ବସ୍‌ ଡ୍ରାଇଭର ସମେତ ୧୦ ଜଣ ଆହତ ହୋଇଛନ୍ତି। କଟକ ଏନ୍ଏଚ୍ ୧୬ ଭାଣପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ଏସ୍‌ସିବିରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ‘କୁନାଲ’ ନାମକ ଘରୋଇ ବସ୍ ସୁନ୍ଦରଗଡ଼ରୁ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଭାଣପୁର ନିକଟରେ ଏକ ଟ୍ରଲରକୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବସ୍‌ ଡ୍ରାଇଭର ସମେତ ୧୦ ଜଣ ଆହତ ହୋଇଛନ୍ତି। ପୁଲିସ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଏଥିସହ ବସକୁ ଜବତ କରି ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking