14.1 C
Bhubaneswar
Monday, December 8, 2025
Homeଦେଶ ବିଦେଶକାରକୁ ଧକ୍କା ଦେଲା ବସ, ୮ ମୃତ

କାରକୁ ଧକ୍କା ଦେଲା ବସ, ୮ ମୃତ

ରାଜସ୍ଥାନ : ମହାକୁମ୍ଭ ଯାଉଥିବା ଏକ କାରକୁ ବସ ଧକ୍କା ଦେବାରୁ କାରରେ ଥିବା ସମସ୍ତ ୮ ଯାତ୍ରୀ ପ୍ରାଣ ହରାଇଛନ୍ତି। ରାଜସ୍ଥାନର ଜୟପୁର ନିକଟ ଡୁଡୁ ସହରର ମୋଖମପୁରା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଡିଏସପି ଦୀପକ ଖଣ୍ଡେଲଓ୍ବାଲଙ୍କ ସୂଚନା ଅନୁସାରେ, ଜୟପୁର-ଆଜମେର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ବସଟି ଯାଉଥିବାବେଳେ ଟାୟାର ଫାଟିଯିବାରୁ ଭାରସାମ୍ୟ ହରାଇ ଏକ କାରକୁ ଧକ୍କା ଦେଇଥିଲା। ଫଳରେ କାରରେ ଥିବା ସମସ୍ତ ୮ ଯାତ୍ରୀ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ମୃତକମାନେ ଭିଲଓ୍ବାରା ଜିଲାର ବାସିନ୍ଦା। ସମସ୍ତେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭକୁ ଯାଉଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking