27.1 C
Bhubaneswar
Sunday, February 22, 2026
Homeଦେଶ ବିଦେଶକାରକୁ ଧକ୍କା ଦେଲା ବସ : ୫ ମୃତ

କାରକୁ ଧକ୍କା ଦେଲା ବସ : ୫ ମୃତ

ରାଜସ୍ଥାନ : ମନ୍ଦିରରେ ଦେବୀ ଦର୍ଶନ ସାରି ଫେରୁଥିବା ଏକ କାରକୁ  ଧକ୍କା ଦେଲା ଘରୋଇ ବସ୍‌। ଏଥିରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୫ ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ରାତିରେ ରାଜସ୍ଥାନର କରୌଲି ଜିଲ୍ଲାରେ ଏଭଳି କିଛି ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ୍ ଏବଂ କାର ମଧ୍ୟରେ ଏକ ଧକ୍କା ହୋଇଛି। ଦୁର୍ଘଟଣାରେ କାରରେ ଥିବା ୫ ଣଙ୍କର ମୃତ୍ୟୁ ହୋଇଥିବାବେଳେ ବସ୍‌ରେ ଥିବା ୧୫ ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ ଓ ବସ୍ ଖଣ୍ଡ ଖଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ଗୋଟିଏ ପରିବାରର ବାପା-ମା’, ପୁଅ, ଝିଅ ଓ ଜଣେ ସମ୍ପର୍କୀୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଡିଏମ ନୀଲାଭ ସାକ୍ସେନା, ଏସପି ବ୍ରିଜେଶ ଜ୍ୟୋତି ଉପାଧ୍ୟାୟ ଏବଂ ଏଏସପି ଗୁମନାରାମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ କାର ଓ ବସ୍‌ରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରି ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ। କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking