18.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶବସ୍‌ରେ ଅଗ୍ନିକାଣ୍ଡ: ୩ ଜୀବନ୍ତ ଦଗ୍ଧ

ବସ୍‌ରେ ଅଗ୍ନିକାଣ୍ଡ: ୩ ଜୀବନ୍ତ ଦଗ୍ଧ

ଉତ୍ତର ପ୍ରଦେଶ: ଉତ୍ର ପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା। ଏକ ବସ୍ ବିଦ୍ୟୁତ ଟ୍ରନ୍ସଫର୍ମରରେ ପିଟି ହୋଇ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ୩ ଜଣ ନେପାଳୀ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥବା ବେଳେ ଅନ୍ୟ ୨୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ପୋଲିସ ମଙ୍ଗଳବାର ସୂଚନା ଦେଇଛି। ସୂଚନା ଅନୁସାରେ, ସୋମବାର ଦିନ ପ୍ରାୟ ୨ଟା ସମୟରେ, ସୋନୌଲିରୁ ଦିଲ୍ଲୀ ଯାଉଥିବା ଏକ ବସ୍ ଫୁଲୱାରିଆ ବାଇପାସ୍ରେ ଏକ କଣ୍ଟେନର ଧକ୍କା ହୋଇ ନିୟନ୍ତ୍ରଣ ହରାଇ ଏକ ବିଦ୍ୟୁତ ଟ୍ରନ୍ସଫର୍ମରରେ ପିଟି ହୋଇଯାଇଥିଲା। ଫଳରେ ବସ୍‌ରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ୩ ଜଣ ଜୀବନ୍ତ ଦଗ୍ଧ ହେବା ସହ ୨୪ ଜଣ ପୋଡିଯାଇଛନ୍ତି। ଆହତ ୨୪ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତ କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତରଥିବା ଜଣାପଡିଛି। ଖବର ପାଇ ଘଟନସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking