20.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶବ୍ରିଜ୍ ତଳକୁ ଖସିଲା ବସ୍‌: ୮ ମୃତ

ବ୍ରିଜ୍ ତଳକୁ ଖସିଲା ବସ୍‌: ୮ ମୃତ

ନୂଆଦିଲ୍ଲୀ : ପ୍ରବଳ ବର୍ଷା ଫଳରେ  ଏକ ବସ୍ ବ୍ରିଜ୍ ତଳକୁ ଖସି ପଡ଼ିବାରୁ ୮ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ପଞ୍ଜାବର ବଠିଣ୍ଡାରେ ଆଜି ଘଟିଛି ଏହି ଦୁର୍ଘଟଣା। ବସ୍‌ଟିରେ ୨୦ରୁ ଅଧିକ ଯାତ୍ରୀ ଥିଲେ। ବସ୍‌ଟି ବଠିଣ୍ଡାରୁ ତାଲୱଣ୍ଡି ସାବୋ ଅଭିମୁଖେ ଯାଉଥିଲା। ଅଧିକ ବର୍ଷା ହେଉଥିବାରୁ ଡ୍ରାଇଭର ଜାଣି ନପାରିବାରୁ ବସ୍‌ଟି ବ୍ରିଜ୍ ତଳକୁ ଖସି ପଡ଼ିଥିଲା ବୋଲି କୁହାଯାଉଛି। ବ୍ରିଜ୍‌ଟିରେ ସୁରକ୍ଷା ବାଡ଼ା ନଥିଲା। ସେଥିପାଇଁ ବସ୍‌ଟି ବ୍ରିଜ୍ ତଳକୁ ଖସି ପଡ଼ିଲାଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ସେମାନେ ଦୁର୍ଘଟଣାଗ୍ରସ୍ତ ବସ୍‌ରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ସ୍ଥାନୀୟ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ ଏବଂ ଉଦ୍ଧାର କାର‌୍ୟ୍ୟକୁ ଜୋରଦାର କରିଥିଲେ। ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ ପ୍ରବଳ ବର୍ଷା ଯୋଗୁ ବସ୍ ଉପରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଲେ ନା ଆଉ କିଛି ଘଟିଛି, ସେ ନେଇ ତଦନ୍ତ କରାଯାଉଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking