16.1 C
Bhubaneswar
Monday, January 12, 2026
Homeଦେଶ ବିଦେଶଖାଇକୁ ଖସିଲା ବସ୍‌, ୧୩ ମୃତ

ଖାଇକୁ ଖସିଲା ବସ୍‌, ୧୩ ମୃତ

ଶିମ୍‌ଲା: ହିମାଚଳର ସିରମୌର ଜିଲ୍ଳାରେ ଏକ ଘରୋଇ ବସ୍ ୫୦୦ ଫୁଟ୍ ଗଭୀର ଘାଟିକୁ ଖସିପଡିବା ଯୋଗୁ ୧୩ଜଣଙ୍କର ଦୁଃଖଦ ମୃତ୍ୟୁ ହେବା ଭଳି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଖବର ସାମ୍ନାକୁ ଆସିଛି। ସେହିପରି ଏହି ଦୁର୍ଘଟଣ।।ରେ ୩୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ପ୍ରାୟ ୯ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଏମାନଙ୍କୁ ନାହାନ୍ ସ୍ଥିତ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସିରମୌର ଡେପୁଟି କମିଶନର ପ୍ରିୟଙ୍କା ବର୍ମା କହିଛନ୍ତି। ରିପୋର୍ଟ ଅନୁସାରେ ରେଣୁକାଜୀ ବିଧାନସଭା ନିର୍ବାଚନମଣ୍ଡଳୀର ହରିପୁରଧାର ଅଞ୍ଚଳରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ‘ଜିତ୍ କୋଚ’ ନାମକ ଘରୋଇ ବସ୍ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ସିମଲାରୁ ବାହାରି କୁପଭି ଅଭିମୂଖେ ଯାଉଥିବା ବେଳେ ଡ୍ରାଇଭରଜଣକ ଭାରସାମ୍ୟ ହରାଇଥିଲେ। ଫଳରେ ବସ୍‌ଟି ରାସ୍ତା ପାଶ୍ୱର୍ରେ ଥିବା ଗଭୀର ଖାଲକୁ ଖସିପଡିଥିଲା। ତେବେ ଦୁର୍ଘଟଣା ସମ୍ପର୍କରେ ପ୍ରଥମେ ସ୍ଥାନୀୟ ଲୋକ ସୂଚନା ପାଇଥିଲେ ଏବଂ ପ୍ରଶାସନ ପକ୍ଷରୁ ଉଦ୍ଧାରକାରୀ ଟିମ୍ ଆସିବା ପୂର୍ବରୁ ହିଁ ସ୍ଥାନୀୟ ଲୋକମାନେ ମିଳିତ ଭାବେ ଉଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥିଲେ। ସ୍ଥାନୀୟ ଲୋକମାନେ ଆହତଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲ ପଠାଇବାର ବନ୍ଦୋବସ୍ତ କରିଥିଲେ। ଏହି ସମୟରେ ପ୍ରଶାସନ ପକ୍ଷରୁ ଏସ୍‌ଡିଆର୍‌ଏଫ୍ ଟିମ୍‌, ପୁଲିସ୍ ଟିମ୍ ଓ ମେଡିକାଲ ଟିମ୍ ମଧ୍ୟ ଆମ୍ବୁଲାନ୍ସ ସହ ଘଟଣାସ୍ଥଳରେ ପହଞ୍ôଚଥିଲେ। ଜିଲ୍ଲା ପ୍ରଶାସନର ବଡ଼ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ôଚ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଦୁର୍ଘଟଣାରେ ବସ୍‌ଟି ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି। ମୃତକଙ୍କ ମଧ୍ୟରେ ଡ୍ରାଇଭର ମଧ୍ୟ ସାମିଲ ଅଛନ୍ତି। ମୃତକଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବା ବେଳେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣାର କାରଣ ବସ୍ ଉପରୁ ଡ୍ରାଇଭରଙ୍କ ନିୟନ୍ତ୍ରଣ ହରାଇବା କୁହାଯାଉଥିଲେ ମଧ୍ୟ କିଛି ପ୍ରତ୍ୟକ୍ଷଦର୍ଶୀ ରାସ୍ତାରେ ବରଫ ଜମିବାକୁ ଦାୟୀ କରିଛନ୍ତି। ବରଫ ଯୋଗୁ ବସ୍ ଚକ ସ୍ଲିପ୍ କରିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଦୁର୍ଘଟଣା ଘଟିଥିବା ଅଞ୍ଚଳଟି ପାହାଡିଆ ରାସ୍ତାର ଏକ ସଂକୀର୍ଣ୍ଣ ଏବଂ ବିପଦପୂର୍ଣ୍ଣ ସ୍ଥାନ ବୋଲି ମଧ୍ୟ ଚିହ୍ନଟ କରାଯାଇଛି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଜରୁରୀକାଳୀନ ସେବାଗୁଡ଼ିକୁ ଏକ ସମନ୍ୱିତ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍‌ରୁ ମଧ୍ୟ ଆର୍ଥିକ ସହାୟତା ତଥା ଅନ୍ୟ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ। ହିମାଚଳରେ ଘଟିଥିବା ଆଜିର ଏହି ପ୍ରାଣଘାତୀ ବସ୍ ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ଅନେକ ବଡ଼ ନେତା, ମନ୍ତ୍ରୀମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମୃତକଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଏବଂ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ନିଜ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ‘ ହିମାଚଳ ପ୍ରଦେଶର ସିରମୌରରେ ଏକ ବସ୍ ଦୁର୍ଘଟଣାରେ ପ୍ରାଣହାନି ଅତ୍ୟନ୍ତ ଦୁଃଖଦ। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି’। ଏହି ପରିପ୍ରେକ୍ଷୀରେ ସେ ପ୍ରତ୍ୟେକ ମୃତକଙ୍କ ନିକଟତମ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ଆହତଙ୍କୁ ୫୦,୦୦୦ ଟଙ୍କା ପ୍ରଦାନ କରାଯିବା ନେଇ ଘୋଷଣା ମଧ୍ୟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking