29.1 C
Bhubaneswar
Friday, February 6, 2026
Homeଦେଶ ବିଦେଶ୨୦୦ ମିଟର ଗଭୀର ଖାଇକୁ ଖସିଲା ବସ୍‌: ୧୩ ମୃତ

୨୦୦ ମିଟର ଗଭୀର ଖାଇକୁ ଖସିଲା ବସ୍‌: ୧୩ ମୃତ

ନେପାଳ: ନେପାଳର ବୈତାଡି ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା । ଏକ ଗଭୀର ଖାଇକୁ ଖସିଯାଇଛି ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ସୂଚନା ଅନୁସାରେ, ପିଥୋରାଗଡ ଜିଲ୍ଲା ସଂଲଗ୍ନ ନୋପାଳର ବୈତାଡି ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ବସ୍‌ଟି ୨୦୦ ମିଟର ତଳ ଗଭୀର ଘାଟିକୁ ଖସି ପଡିଥିଲା । ଫଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୪ ଜଣ ଆହତ ହୋଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଉଦ୍ଧାର କରି ଆହତମାନଙ୍କୁ ନେପାଳର ବୈତାଡି ଏବଂ ଦାଦେଲଧୁରାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ବର୍ତ୍ତମାନ ସେମାନଙ୍କର ଚିକିତ୍ସା ଚାଲିଛି ଅଧିକ ତଥ୍ୟ ପାଇଁ ପୋଲିସର ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking