28.1 C
Bhubaneswar
Thursday, March 12, 2026
Homeଓଡିଶାସର୍ଟ ସର୍କିଟ ଯୋଗୁଁ ଜଳିଗଲା ବସ

ସର୍ଟ ସର୍କିଟ ଯୋଗୁଁ ଜଳିଗଲା ବସ

କଳାହାଣ୍ଡି : ହୁତୁ ହୁତୁ ହୋଇ ଜଳିଗାଲା ବସ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ସର୍ଟସାର୍କିଟ ଯୋଗୁଁ ଚଳନ୍ତା ବସ ରେ ଲାଗିଲା ନୂଆଁ ଅଳ୍ପକେ ବର୍ତ୍ତିଗଲେ ୪୦ ରୁ ଉର୍ଦ୍ଧ୍ବ ଯାତ୍ରୀ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଛକ ୨୬ ନମ୍ବର ଜାତୀୟ ରାଜପଥ ଠାରେ ଗୁରୁବାର ରାତି ୯ ଟାରେ ଯାଉଥିବା ଏକ ଘରୋଇ ବସ ହଟାତ ସଟ ସାର୍କିଟ ଯୋଗୁଁ ନିଆଁ ଲାଗି ଜଳି ଯାଇଛି। ତେବେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ସମସ୍ତ ଯାତ୍ରୀଙ୍କୁ ନିଆଁ ଲାଗିବା ପୂର୍ବରୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା।ଫଳରେ ଗାଡ଼ିରେ ବସିଥିବା ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି।ଜୟପୁର ରୁ ରାଉରକେଲା କୁ ଏହି ବସଟି ଯାଉଥିଲା। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ଆସି ବସର ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking