27.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶଜଳିଗଲା ବସ: ୫୦ରୁ ଉର୍ଦ୍ଧ୍ୱ ମୃତ

ଜଳିଗଲା ବସ: ୫୦ରୁ ଉର୍ଦ୍ଧ୍ୱ ମୃତ

ନୂଆଦିଲ୍ଲୀ: ପଶ୍ଚିମ ଆଫଗାନିସ୍ତାନରେ ଇରାନରୁ ଫେରିଥିବା ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଗୋଟିଏ ଟ୍ରକ୍ ଏବଂ ମୋଟରସାଇକେଲ ସହିତ ଧକ୍କା ହେବା ଫଳରେ ବସ୍‌ରେ ନିଆଁ ଲାଗିଯାଇଥିଲା ।  ଦୁର୍ଘଟଣାରେ ୧୭ ଶିଶୁ ସମେତ ୫୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ପୋଲିସ କହିବା ଅନୁସାରେ ବସ୍‌ ଡ୍ରାଇଭର ବେପରୁଆ ଭାବେ ଗାଡି ଚଳାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ପ୍ରାଦେଶିକ ଅଧିକାରୀ ମହମ୍ମଦ ୟୁସୁଫ ସଇଦି ଏଏଫପିକୁ କହିଛନ୍ତି ବସ୍ ଟି ଇରାନରୁ ଫେରିଥିବା ଆଫଗାନମାନଙ୍କୁ ନେଇ ରାଜଧାନୀ କାବୁଲକୁ ଯାଉଥିଲା। ବସ୍ ଟି ଟ୍ରକ୍ ଏବଂ ମୋଟରସାଇକେଲକୁ ଧକ୍କା ଦେବା ଫଳରେ କିଛି ଲୋକଙ୍କ ବସ ରେ ମୃତ୍ୟୁ ହୋଇଥିବା ବେଳେ ଟ୍ରକ୍‌ରେ ଯାତ୍ରା କରୁଥିବା ଦୁଇଜଣ ଏବଂ ମୋଟରସାଇକେଲରେ ଥିବା ଅନ୍ୟ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା।   ଗତ ବର୍ଷ ଡିସେମ୍ବରରେ, କେନ୍ଦ୍ରୀୟ ଆଫଗାନିସ୍ତାନ ଦେଇ ଏକ ରାଜପଥରେ ଏକ ଇନ୍ଧନ ଟ୍ୟାଙ୍କର ଏବଂ ଏକ ଟ୍ରକ୍ ସହିତ ଦୁଇଟି ବସ୍ ଦୁର୍ଘଟଣା ଘଟି ଅତି କମରେ 52 ଜଣଙ୍କର ମୃତ୍ୟୁ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking