ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ମୁମ୍ବାଇ- ଗୋଆ ରାଜପଥରେ ଏକ ଘରୋଇ ବସରେ ଅଗ୍ନିକାଣ୍ଡ । ରବିବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ବସରେ ୪୪ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ରହିବା ସୂଚନା ମିଳିଛି ।ପୋଲିସର ସୂଚନା ଅନୁସାରେ ବସଟି ମୁମ୍ବାଇରୁ ଯାତ୍ରୀମାନଙ୍କୁ ନେଇ ଯାଉଥିଲା । ଅଧାରାସ୍ତାରେ ଡିଜେଲ ଟାଙ୍କି ବିସ୍ଫୋରଣ ହୋଇଥିଲା । ହେଲେ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଲଗାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇଥିଲେ । ନିଆଁ ଚାରିଆଡେ ବ୍ୟାପି ବସଟି ପାଉଁଶ ହୋଇଯାଇଛି । ସୂଚନା ପାଇ ଅଗ୍ନିଶମ ବାହିନୀ ପହଞ୍ଚି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତାର ଗୋଟିଏ ପାଶ୍ୱର୍କୁ ବନ୍ଦ କରିଦେଇଥିଲା । ନିଆଁ ଲାଗିବାର ଅନ୍ୟ କାରଣ ଆଉ କଣ ହୋଇଥାଇପାରେ ସେନେଇ ତଦନ୍ତ ଜାରି ରଖିଛି ।










