25.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶସାଉଦିରେ ଜଳିଗଲା ବସ: ୪୨ ଭାରତୀୟ ମୃତ!

ସାଉଦିରେ ଜଳିଗଲା ବସ: ୪୨ ଭାରତୀୟ ମୃତ!

ନୂଆଦିଲ୍ଲୀ: ସାଉଦି ଆରବ ମଦିନା ନିକଟରେ ଜଳିଗଲା ବସ । ଦୁର୍ଘଟଣାରେ ୪୨ ଶ୍ରଦ୍ଧାଳୁ ଜୀବନ୍ତ ଦଗ୍ଧ । ସମସ୍ତେ ଭାରତୀୟ ବୋଲି ସୂଚନା ମିଳିଛି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଘଟଣାଟି ସୋମବାର ସମୟ ପ୍ରାୟ ୧:୩୦ ସମୟରେ ମୁଫ୍ରିହାଟରେ ଘଟିଥିଲା । ବସ୍‌ରେ ଥିବା ସମସ୍ତ ଯାତ୍ରୀ ହାଇଦ୍ରାବାଦର ବାସିନ୍ଦା ବୋଲି କୁହାଯାଉଛି, ଯେଉଁଥିରେ ମହିଳା, ଶିଶୁ ଏବଂ ପୁରୁଷ ସାମିଲ ଅଛନ୍ତି । ଅନେକ ଯାତ୍ରୀ ଶୋଇଥିଲେ ଏବଂ ଦୁର୍ଘଟଣା ବିଷୟରେ ଅଜ୍ଞ ଥିଲେ। ଉମରାହ ସମାପ୍ତ କରିବା ପରେ, ସେମାନେ ମଦିନା ଅଭିମୁଖେ ଯାଉଥିଲେ, ସମସ୍ତ ଯାତ୍ରୀ ତୀର୍ଥ କରିବାକୁ ଯାଉଥିଲେ ।  ମକ୍କାରୁ  ମଦିନା ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ ଏକ ଡିଜେଲ ଟ୍ୟାଙ୍କର ସହ ଧକ୍କା ହୋଇଥିଲା । ବସରେ ୪୩ ଜଣ ଯାତ୍ରୀଥିବା କୁହାଯାଉଛି। ଦୁର୍ଘଟଣାରେ ୪୨ ଶ୍ରଦ୍ଧାଳୁ ଜୀବ ଯାଇଛି। ସମସ୍ତ ମୃତକ ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଅଧିକାଂଶ ହାଇଦ୍ରାବାଦର ।  ଘଟଣାସ୍ଥଳରେ ଉଦ୍ଧାର ବାହିନୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅନ୍ୟପଟେ ତେଲେଙ୍ଗାନା  ମୁଖ୍ୟମନ୍ତ୍ରୀ  ରେବନ୍ତ ରେଡ୍ଡୀ  ଦୁଃଖ ପ୍ରକାଶ କରିବା ସହ ଘଟଣାକୁ ଗୁରୁତର ଭାବେ ନେଇଛନ୍ତି  ାଉଚ୍ଚ ଅଧିକାରୀମାନଙ୍କ ସହ ଯୋଗାଯୋଗରେ ରହି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ତେଲେଙ୍ଗାନା ସଚିବାଳୟରେ ନିୟନ୍ତ୍ରଣ କକ୍ଷ କରାଯାଇଛି ।  ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି । ଯଦ୍ୱାରା ମୃତାହତଙ୍କ ସଠିକ ଯାଞ୍ଚ କରାଯାଇପାରିବ ଏବଂ ପରିବାର ଲୋକେ ଚିହ୍ନିପାରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking