23.1 C
Bhubaneswar
Thursday, December 25, 2025
Homeଦେଶ ବିଦେଶକର୍ଣ୍ଣାଟକରେ ଜଳିଗଲା ବସ: ୧୨ ମୃତ

କର୍ଣ୍ଣାଟକରେ ଜଳିଗଲା ବସ: ୧୨ ମୃତ

କର୍ଣ୍ଣାଟକ: କର୍ଣ୍ଣାଟକରେ ଜଳିଗଲା ବସ । ଏହି ଦୁର୍ଘଟଣାରେ ୧୨ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି କର୍ଣ୍ଣାଟକ ଚିତ୍ରଦୂର ଜିଲ୍ଲାରେ । ବେଙ୍ଗାଲୁରୁରୁ ଶିବମୋଗା ୪୦ ନମ୍ବର ଜାତୀୟ ରାଜପଥରେ ଗତକାଲି ରାତିରେ ଘଟିଛି ଏଭଳି ଦୁର୍ଘଟଣା । ଏକ ସ୍ଲିପର ବସ ସହ ଟ୍ରକର ଦୁର୍ଘଟଣା ପରେ ଏଭଳି ଅଭାବନୀୟ ଘଟଘା ଘଟିଛି । ଭାରସାମ୍ୟ ହରାଇ ଟ୍ରକଟି ଡିଭାଇଡର ଡେଇଁ ବସ ସହ ଧକ୍କା ଦେଇଛି । ଏବଂ ବସର ଇନ୍ଧନ ଟାଙ୍କିରେ ମାଡ ହୋଇ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଉଛି । ବସରେ ଥିବା କିଛି ଯାତ୍ରୀକୌଣସି ମତେ ବାହାରି ଆସିଥିବା ବେଳେ ୧୨ ଜଣ ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବସରେ ସମୁଦାୟ ୩୨ ଜଣ ଯାତ୍ରୀ ରହିଥିବା ସୂଚନା ମିଳିଛି । ଏକାଧିକ ଯାତ୍ରୀ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବା ନେଇ ଆଶଙ୍କା କରାଯାଉଛି । ଏହି ଦୁର୍ଘଟଣା ବିଷୟରେ ଖବର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି । କହିଛନ୍ତି , ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା । ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ । ପ୍ରତ୍ୟେକ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠିରୁ ୨ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯିବ । ଆହତମାନଙ୍କୁ ୫୦୦୦୦ ଟଙ୍କା ପ୍ରଦାନ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking