17.1 C
Bhubaneswar
Monday, February 2, 2026
Homeଦେଶ ବିଦେଶବସ୍‌-କାର ଧକ୍କା; ୫ ଯାତ୍ରୀଙ୍କ ମୃତ୍ୟୁ

ବସ୍‌-କାର ଧକ୍କା; ୫ ଯାତ୍ରୀଙ୍କ ମୃତ୍ୟୁ

ଲଖିମପୁର: ଉତ୍ତରପ୍ରଦେଶର ଲଖିମପୁର ଖିରୀ ଜିଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି। ଖିରୀ ଥାନା ଅନ୍ତର୍ଗତ ଓୟଲ ଛକ ନିକଟ ରାଜ୍ୟ ରାଜପଥରେ ଏକ ବସ ଏବଂ କାର ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏଥିରେ କାର ଭିତରେ ଥିବା ୧୫ ଯାତ୍ରୀଙ୍କ ମଧ୍ୟରୁ ୫ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଓମନି କାରରେ ଏ​‌ତେ ସଂଖ୍ୟକ ଯାତ୍ରୀ ଯିବା ଫଳରେ ଭାରସାମ୍ୟ ହରାଇବା ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଆହତମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking