19.1 C
Bhubaneswar
Monday, February 2, 2026
Homeଓଡିଶାବସ୍ ଦୁର୍ଘଟଣା: ୨ ଗୁରୁତର

ବସ୍ ଦୁର୍ଘଟଣା: ୨ ଗୁରୁତର

ବାଲେଶ୍ୱର: ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା ଯାତ୍ରୀବାହୀ ବସ୍। ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ୫୦ରୁ ଅଧିକ ଯାତ୍ରୀ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ମୃତାହତ କେହି ହୋଇନାହାନ୍ତି। ଆଜି ସକାଳେ ବସଟି ଯାତ୍ରୀମାନଙ୍କୁ ନେଇ କୋଲକାତାରୁ ସୋର ଅଭିମୁଖେ ଆସୁଥିଲା। ଏହି ସମୟରେ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ବସଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ। ନଦିଆରୁ ବାଲେଶ୍ୱର ଅଭିମୁଖେ ଏହି ବସ୍ ଆସୁଥିଲା ବୋଲି କୁହାଯାଇଛି। ଦୁର୍ଘଟଣାରେ ୨ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ପାଖାପାଖି ୧୦ ଜଣ ଆହତ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking