27.1 C
Bhubaneswar
Tuesday, March 31, 2026
Homeଓଡିଶାବସ ଦୁର୍ଘଟଣା : ୧୬ ଯାତ୍ରୀ ଆହତ

ବସ ଦୁର୍ଘଟଣା : ୧୬ ଯାତ୍ରୀ ଆହତ

ଗଞ୍ଜାମ : କନ୍ଧମାଳ କଳିଙ୍ଗା ଘାଟିରେ ବସ ଦୁର୍ଘଟଣା । ଖମ୍ବେଶ୍ଵରୀ ନାମକ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭୋର ୫ଟା ସମୟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ୧୬ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ନିକଟସ୍ଥ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ବସଟି ଛତିଶଗଡ଼ର ରାୟପୁରରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବାବେଳେ ଦୁର୍ଘଟଣା ଘଟିଥିଲା। ବସରେ ପ୍ରାୟ ୪୦ରୁ ଅଧିକ ଯାତ୍ରୀ ଥିଲେ।ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking