କନ୍ଧମାଳ: କନ୍ଧମାଳ ହାତୀ ମୃତଦେହକୁ ଅନ୍ୟତ୍ର ପୋତିବା ଘଟଣାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କଡା ଚେତାବନୀ ଦେଇଛନ୍ତି । ହାତୀକୁ ଅନ୍ୟ ସ୍ଥାନରେ ପୋତିବା ବଡ ଅପରାଧ । ଏନେଇ ବିଭାଗ ତଦନ୍ତ କରୁଛି । ଯେଉଁମାନେ ସମ୍ପୃକ୍ତ କାର୍ଯ୍ୟାନୁଷ୍ଠାନ ହେବ । ସଠିକ ତଦନ୍ତ ନେଇ ପିସିସିଏଫଙ୍କ ସହ ଆଲୋଚନା ହୋଇଛି । ସ୍ୱତନ୍ତ୍ର ତଦନ୍ତ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଛି ।










