କଟକ: କଟକ ୪୨ ମୌଜା ଅଞ୍ଚଳରେ ଫୁଟିଲା ଗୁଳି । ଗୁଳିକାଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଗତସିଂହପୁର ଜିଲ୍ଲା ବିରାଙ୍ଗ ଅଞ୍ଚଳର ବିକାଶ ମହାନ୍ତି ହୋଇଥିବା ଜଣାପଡ଼ିଛି । ଶ୍ରୀକୃଷ୍ଣ ବିହାର ଅଞ୍ଚଳରେ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ପୋଲିସ ଅଭିଯୁକ୍ତକୁ ଅଟକ ରଖିବା ସହ ବନ୍ଧୁକ ଜବତ କରି ତଦନ୍ତ କରୁଛି । ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।