23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶ୨୦ ବର୍ଷର ମଦ୍ରାସା ଉପରେ ଚାଲିଲା ବୁଲଡୋଜର

୨୦ ବର୍ଷର ମଦ୍ରାସା ଉପରେ ଚାଲିଲା ବୁଲଡୋଜର

ଭୋପାଳ: ଦେଶରେ ୱାକ୍‌ଫ ଆଇନ୍ କାର୍ଯ୍ୟକାରୀ ହେବାପରେ ମଧ୍ୟପ୍ରଦେଶରେ ପ୍ରଥମ ଥର ପାଇଁ କୌଣସି ବେଆଇନ ମଦ୍ରାସା ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିକଟରେ ବିଜେପି ରାଜ୍ୟ ସଭାପତି ବିଷ୍ଣୁ ଦତ୍ତ ଶର୍ମା ଅଭିଯୋଗ କରିଥିଲେ ଯେ, ପନ୍ନାର ୱାର୍ଡ ନମ୍ବର ୨୬ରେ ଥିବା ଏକ ସରକାରୀ ଜମିରେବେଆଇନ ମଦ୍ରାସା ନିର୍ମାଣ କରି ଏଠାରେ ଅନୈତିକ ଏବଂ ଦେଶବିରୋଧୀ କାର୍ଯ୍ୟକଳାପ ସବୁ କରାଯାଉଛି। ଏହି ଅଭିଯୋଗ ଆଧାରରେ ପ୍ରଶାସନ ମଦ୍ରାସାକୁ ଏକ ନୋଟିସ୍ ପଠାଇଥିଲା ଏବଂ ରବିବାର ସକାଳେ ଏହାକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ସୂଚନାଯୋଗ୍ୟ, ବୁଲଡୋଜର ଯେଉଁ ମଦ୍ରାସା ଉପରେ ଚାଲିଛି ତାହା ଦୀର୍ଘ ୨୦ ବର୍ଷ ଧରି ପରିଚାଳିତ ହେଉଥିଲା। ଗୋଟିଏ ପଟେ ଯେଉଁଠି ଏହି ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଛି, ସେଠାରେ ଏହି କୋଠାର ମାଲିକ ମହମ୍ମଦ ନସିମ କିନ୍ତୁ କହିଛନ୍ତି ଯେ, ସେ ନିଜେ ବିଲ୍ଡିଂର ବେଆଇନ ଅଂଶ ହଟାଉଛନ୍ତି। ତେବେ କେଉଁ ପକ୍ଷ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେସମ୍ପର୍କୀତ ସତ୍ୟାସତ୍ୟ ସାମ୍ନାକୁ ଆସିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking