ଭୁବନେଶ୍ୱର: ଭୁବନେଶ୍ୱର ଖାରବେଳ ନଗର ବସ୍ତି ଅଞ୍ଚଳରେ ବୁଲିଲା ବୁଲଡୋଜର । ୟୁନିଟ ୩ ଶ୍ରୀୟା ଛକଠାରୁ ବ୍ଲାଇଣ୍ଡ ସ୍କୁଲ ରାସ୍ତାରେ ବିଏମସି ପକ୍ଷରୁ ବଡ ଧରଣର ଉଚ୍ଛେଦ ଚାଲିଛି । ଖାରବେଳ ନଗରଥାନା ପୋଲିସ, ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଛି । ରାସ୍ତାକୁ ଅବରୋଧ କରିବା କବାଡିଆ ଦୋକାନକୁ ହଟାଯାଇଛି । ଅପ୍ରୀତିକର ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ ଅଛନ୍ତି । ଉଚ୍ଛେଦ ପୂର୍ବରୁ ନୋଟିସ କରିଥିଲା ବିଏମସି । କବିଡିଆମାନେ ରାସ୍ତାର ଉଭୟ ପାଶ୍ୱର୍ରେ ଆବର୍ଜନା କରିରଖିଥିଲେ । ରାସ୍ତାକଡ ଅବରୋଧ ସହିତ ଡ୍ରେନ ଜାମ ସହ ଦୁର୍ଗନ୍ଧରେ ଫାଟୁଥିଲା ଅଞ୍ଚଳ ।










