21.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶଅହମଦାବାଦରେ ମିନି ବାଂଲାଦେଶ ଧ୍ବଂସ

ଅହମଦାବାଦରେ ମିନି ବାଂଲାଦେଶ ଧ୍ବଂସ

ନୂଆଦିଲ୍ଲୀ: ଗୁଜରାଟର ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନ ମଙ୍ଗଳବାର ଏପ୍ରିଲ 29 ରେ ବେଆଇନ ନିର୍ମାଣ ବିରୋଧରେ ଏକ ବଡ଼ ଅଭିଯାନ ଆରମ୍ଭ କରିଛି। ଅହମ୍ମଦାବାଦ ପୋଲିସ ଚନ୍ଦୋଳା ଅଞ୍ଚଳରେ ବେଆଇନ ଭାବରେ ରହୁଥିବା 100 ରୁ ଅଧିକ ବାଂଲାଦେଶୀଙ୍କୁ ଚିହ୍ନଟ କରିଥିଲା। ମଙ୍ଗଳବାର ଦିନ, AMC ସେହି ବାଂଲାଦେଶୀ ବସ୍ତିରେ ଜବରଦଖଲ ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ​​ଯେଉଁଠାରେ ବେଆଇନରେ ବାଂଲାଦେଶୀ ରହୁଥିଲେ । ଗୁଜରାଟ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଚାନ୍ଦୋଳା ହ୍ରଦ ଅଞ୍ଚଳର ବସ୍ତିଗୁଡ଼ିକୁ ଭାଙ୍ଗି ମାଟିରେ ମିସାଇବା ପାଇଁ ନିର୍ଦେଶ ଦିଆଯାଇଛି। ଅନ୍ୟପଟେ ଚନ୍ଦୋଳା ଅଞ୍ଚଳରେ ଭଙ୍ଗା ରୁଜା କରିବା ସହ ଗତକାଲି ଅପରାହ୍ନରେ ଅବୈଧ ବାଂଲାଦେଶୀମାନଙ୍କ କୁଡ଼ିଆ ଘରଗୁଡ଼ିକର ବିଦ୍ୟୁତ ସଂଯୋଗ ମଧ୍ୟ କାଟି ଦିଆଯାଇଥିଲା। ଚନ୍ଦୋଳା ହ୍ରଦ ଅଞ୍ଚଳରେ ଜବରଦଖଲ ବିରୋଧୀ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାୟ 80ଟି ବୁଲଡୋଜର ଏବଂ 60ଟି ଡମ୍ପର ବ୍ୟବହାର କରାଯାଇଛି।

ଆପଣଙ୍କୁ କହିରଖୁଛୁ ଯେ ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନ ଦ୍ୱାରା କରାଯାଇଥିବା ଭଙ୍ଗା ଅଭିଯାନ ସମୟରେ, ଶାନ୍ତି ବଜାୟ ରଖିବା ପାଇଁ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହା ବ୍ୟତୀତ ସହରର ସମସ୍ତ ପିଆଇ ସ୍ତରୀୟ ଅଧିକାରୀଙ୍କୁ ଘଟଣାସ୍ଥଳରେ ନିୟୋଜିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।  ଲୋକମାନେ AMCର କାର୍ଯ୍ୟକୁ ‘ମିନି ବାଂଲାଦେଶ’ ଉପରେ ‘ବୁଲଡୋଜର ଷ୍ଟ୍ରାଇକ୍’ ଭାବରେ ଦେଖୁଛନ୍ତି। ଏହି ଭଙ୍ଗା ଅଭିଯାନ AMC, ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଦ୍ୱାରା ‘ଅପରେସନ୍ କ୍ଲିନ୍’ ନାମରେ କରାଯାଉଛି।  ଗତକାଲି ରାତିରେ ହିଁ ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନ ଏବଂ ପୋଲିସ ଅଧିକାରୀମାନେ ଚନ୍ଦୋଳା ହ୍ରଦ ଅଞ୍ଚଳକୁ ଖାଲି କରିଦେଇଥିଲେ। ‘ଅପରେସନ୍ କ୍ଲିନ୍’ ଘୋଷଣା ହେବା ମାତ୍ରେ, ଅନେକ ଅବୈଧ ବସ୍ତିର ବାସିନ୍ଦାମାନେ ସେମାନଙ୍କର ଘର ଛାଡ଼ି ପଳାଇଗଲେ। ଅପରେସନ୍ କ୍ଲିନ୍’କୁ ସଫଳତାର ସହିତ ପରିଚାଳନା କରିବା ପାଇଁ 2000 ରୁ ଅଧିକ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking