21.1 C
Bhubaneswar
Tuesday, February 10, 2026
Homeଓଡିଶାବନମାଳୀପୁର ବଜାରରେ ବୁଲିଲା ବୁଲଡୋଜର

ବନମାଳୀପୁର ବଜାରରେ ବୁଲିଲା ବୁଲଡୋଜର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ତହସିଲ ଅନ୍ତର୍ଗତ ଅଠାନ୍ତରରୁ ବନମାଳୀପୁର ପୂର୍ତ୍ତ ବିଭାଗ ରାସ୍ତା ସମ୍ପ୍ରସାରଣ ଏବଂ ନବୀକରଣ କାମ ଜୋରସୋରରେ ଜାରି ରହିଛି। ଦୀର୍ଘ ବର୍ଷ ଧରି ରାସ୍ତାର ଉଭୟ ପାର୍ଶ୍ୱ ବେଆଇନ ଦଖଲରେ ଥିଲା। ସରକାରୀ ସମ୍ପତ୍ତିରେ ବେଆଇନ ସ୍ଥାୟୀ ଏବଂ ଅସ୍ଥାୟୀ ନିର୍ମାଣ କରି ବହୁ ବ୍ୟବସାୟିକ ଅନୁଷ୍ଠାନ ଗଢି ଉଠିଥିଲା। ଫଳରେ ରାସ୍ତା ସଂକୁଚିତ ହେବା ଯୋଗୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ସହ ଦୁର୍ଘଟଣା ଘଟୁଥିଲା। ରାସ୍ତା କାମରେ ବ୍ୟାଘାତ ହେଉଥିଲା। ତହସିଲ ପ୍ରଶାସନ ତରଫରୁ କୁଶଭଦ୍ରା ନଦୀ ବନ୍ଧ ବଟ ବଜାରଠାରୁ ହାଟ ଶେଷ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ବେଆଇନ ଭାବେ ଗଢି ଉଠିଥିବା ସରକାରୀ ଜାଗା ଚିହ୍ନଟ କରାଯାଇଥିଲା। ଦଖଲ ସ୍ଥାନକୁ ଖାଲି କରିବାକୁ ପ୍ରଶାସନ ନୋଟିସ୍ ପରେ ଗୁରୁବାର ଦଖଲ ମୁକ୍ତ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking